ଦଳ ବିରୋଧୀ କାର୍ଯ୍ୟ ପାଇଁ ୪ ବିଜେଡି ନେତା ନିଲମ୍ବିତ

author img

By

Published : May 11, 2022, 10:56 PM IST

ଦଳ ବିରୋଧୀ କାର୍ଯ୍ୟ ପାଇଁ ୪ ବିଜେଡି ନେତା ନିଲମ୍ବିତ

ଦଳବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ୪ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ସଭାପତି । ଅଧିକ ପଢନ୍ତୁ

ଫୁଲବାଣୀ: ଦଳବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ୪ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ସଭାପତି । ନିଲମ୍ବିତ ନେତାମାନେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ତୁମୁଡିବନ୍ଧ ବ୍ଲକର ପୂର୍ବତନ ଉପସଭାପତି ସୁବାଶ ଚନ୍ଦ୍ର ପୃଷ୍ଟି, ବ୍ଲକ ସାଧାରଣ ସମ୍ପାଦକ ସୁଧାଂଶୁ ପରାସେଠ ଓ ଗୁମଗଡ ପଞ୍ଚାୟତର ପୂର୍ବତନ ସଭାପତି ବିଶ୍ୱମ୍ବର ନାୟକ ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ୪ ବିଜେଡି ନେତା ନିଲମ୍ବିତ
ଦଳ ବିରୋଧୀ କାର୍ଯ୍ୟ ପାଇଁ ୪ ବିଜେଡି ନେତା ନିଲମ୍ବିତ

ଏମାନେ ସମସ୍ତେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ନିଲମ୍ବିତ କରାଯାଇଥିିବା କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ଏହି ନିଲମ୍ବିତ ନେତାମାନେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ସେହିଭଳି ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କ ବିରୋଧରେ କାର୍ଯ୍ୟ କରିଥିବା ଅନ୍ୟ ନେତାମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ଣ୍ଣ ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.