ପରଲୋକରେ କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂ

author img

By

Published : Apr 26, 2021, 1:10 PM IST

ଆରପାରିରେ ସାଂସଦ ସୁଗ୍ରୀବ ସିଂ

କନ୍ଧମାଳ ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ନେତା ସୁଗ୍ରୀବ ସିଂଙ୍କ ବିୟୋଗ । ଅସୁସ୍ଥତା ପାଇଁ ଭୁବନେଶ୍ବରର କିମସରେ ଚିକିତ୍ସିତ ହେଉଥିଲେ । ଅଧିକ ପଢନ୍ତୁ...

କନ୍ଧମାଳ: ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ନେତା ସୁଗ୍ରୀବ ସିଂଙ୍କ ଦେହାନ୍ତ । ଗତକାଲି ଅସୁସ୍ଥତା କାରଣରୁ ଭୁବନେଶ୍ବର କିମସ ମେଡିକାଲରେ ଚିକିତ୍ସିତ ହେଉଥିଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ ।

ସୂଚନାଅନୁସାରେ, ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କଠାରେ କୋରୋନା ଲକ୍ଷଣ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେ 2004ରୁ 2009 ପର୍ଯ୍ୟନ୍ତ ସାଂସଦ ଭାବରେ କାର୍ଯ୍ୟ ତୁଲାଇଥିଲେ । ପରେ ସେ ବିଜେଡି ଦଳରେ କାମ କରୁଥିଲେ ହେଁ ଟିକେଟ ପାଇ ନଥିଲେ । ସେ ପ୍ରାୟତଃ ଭୁବନେଶ୍ବରରେ ରହି ଆସୁଥିଲେ । ବିଜେଡି କର୍ମୀ ଭାବରେ ସେ ଦଳରେ ସକ୍ରିୟ ରହିଥିଲେ । ତାଙ୍କ ଅକାଳ ବିୟୋଗରେ ଜିଲ୍ଲା ତଥା ଦଳର ଅନେକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.