ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ, ଥାନାରେ ଅଭିଯୋଗ

author img

By

Published : Aug 31, 2022, 9:29 AM IST

ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ, ଥାନାରେ ଅଭିଯୋଗ

କନ୍ଧମାଳରେ ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କର ନିଜ ଝିଅ ଓ ଜ୍ବାଇଁ ଏଭଳି ଉଦ୍ୟମ କରିଥିବା ଥାନେରେ ଅଭିଯୋଗ ହୋଇଛି । ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଫୁଲବାଣୀ: ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ସାରଙ୍ଗଡ଼ ଥାନା ଅଞ୍ଚଳରେ । ବୃଦ୍ଧାଙ୍କର ନିଜ ଝିଅ ଓ ଜ୍ଵାଇଁ ଏପରି କରିଥିବା ଥାନରେ ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲାର ସାରଙ୍ଗଡ଼ ଥାନା ଅନ୍ତର୍ଗତ ଚାଞ୍ଚେଡି ପଞ୍ଚାୟତର ତଡ଼ଙ୍ଗୀୟା ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଲୀଳାବତୀ ଦିଗାଲ । ତାଙ୍କ ଝିଅ ଓ ଜ୍ବାଇଁ ଲୀଳାବତୀଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ କଲାବେଳେ ଅଳ୍ପକେ ବୃଦ୍ଧା ଜଣକ ବଞ୍ଚି ଯାଇଛନ୍ତି । ବୃଦ୍ଧା ଲୀଳାବତୀ ଦିଗାଲଙ୍କ ଦୁଇ ଝିଅଙ୍କ ମଧ୍ୟରୁ ସାନ ଝିଅ ରଶ୍ମିତା ମଲ୍ଲିକ ଟିକାବାଲି ବାହା ହୋଇଥିବା ବେଳେ ବଡ଼ ଝିଅ ସସ୍ମିତା ଦିଗାଲ ବାହା ହୋଇ ମଧ୍ୟ ଶଶୁର ଘର ଛାଡି ମାଆଙ୍କ ପାଖରେ ସ୍ବାମୀ ସହ ରହୁଥିଲେ । ପ୍ରାୟ ସବୁବେଳେ ଝିଅ ଓ ଜ୍ବାଇଁ ବୃଦ୍ଧାଙ୍କ ସହ କଳି ଝଗଡା କରୁଥିବା ଅଭିଯୋଗ ହୋଇଛି ।

ତେବେ ଗତକାଲି କୌଣସି କାରଣ ବଶତଃ ପାଟିତୁଣ୍ଡ ହୋଇ ଜ୍ବାଇଁ ପ୍ରଶାନ୍ତ ଦିଗାଲ ଉତ୍ତ୍ୟକ୍ତ ହୋଇ ନିଜ ଶାଶୁଙ୍କ ଉପରେ ଭାତ ରାନ୍ଧିବା ପାଇଁ ବସିଥିବା ଗରମ ପାଣି ଢାଳି ଦେଇଥିଲେ । ତେବେ ଏଥିରେ ତାଙ୍କ ସ୍ତ୍ରୀ ତଥା ବୃଦ୍ଧାଙ୍କ ବଡ଼ ଝିଅ ସସ୍ମିତା ମଧ୍ୟ ସହଯୋଗ କରିଥିଲେ । ଫଳରେ ବୃଦ୍ଧାଙ୍କ ପଛପଟ ସମ୍ପୂର୍ଣ ପୋଡ଼ି ଯାଇଛି । କୌଣସି ସୂତ୍ରରୁ ଖବର ପାଇ ସାନ ଝିଅ ରଶ୍ମିତା ଟିକାବାଲିରୁ ଆସି ମାଆଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ସାରଙ୍ଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏନେଇ ନିଜ ଭଉଣୀ ସସ୍ମିତା ଦିଗାଲ ଏବଂ ଭିଣୋଇ ପ୍ରଶାନ୍ତ ଦିଗାଲଙ୍କ ନାମରେ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରଶ୍ମିତାଙ୍କ ଅଭିଯୋଗ କ୍ରମେ ସସ୍ମିତା ଓ ପ୍ରଶାନ୍ତଙ୍କ ନାମରେ କେସ ନମ୍ବର 78/22 ରେ ମାମଲା ଦାୟର କରାଯାଇଛି । ବର୍ତ୍ତମାନ ବୃଦ୍ଧା ଜଣକ ସାରଙ୍ଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସ୍ବାସ୍ଥ୍ୟଅବସ୍ଥା ସ୍ଥିର ରହିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.