ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Sep 21, 2022, 7:44 AM IST

The hanging bodies of the couple :  ଜଙ୍ଗଲରୁ ଉଦ୍ଧାର ହେଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ଉଦ୍ଧାର ହୋଇଛି ଦମ୍ପତିଙ୍କ ଝୁଲନ୍ତା ମୃତଦେହ । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଅଭାବନୀୟ ଘଟଣା । ଗ୍ରାମର ଗାରାମାହା ଜଙ୍ଗଲରୁ ମିଳିଲା ଦମ୍ପତିଙ୍କର ଝୁଲନ୍ତା ମୃତଦେହ(hanging bodies of the couple) । ମୃତ ଦମ୍ପତି ହେଲେ ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ ନାୟକ । ମନୋରଞ୍ଜନ ଗାଁ ସାଥୀ ଥିବା ବେଳେ ସ୍ମିତାଞ୍ଜଳି ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ତେବେ କେଉଁ କାରଣରୁ ଏହି ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ଖବରପାଇ ସାରଙ୍ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହା ଏକ ପାରିବାରିକ କଳହ ହୋଇପାରେ ଏବଂ ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ ।

The hanging bodies of the couple : ଜଙ୍ଗଲରୁ ଉଦ୍ଧାର ହେଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ସେପଟେ ତଦନ୍ତକାରୀଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାପରେ କାରଣ ସ୍ପଷ୍ଟ ହେବ । ଉଭୟ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । କାରଣ ଉଭୟଙ୍କ ଆଚାର ବ୍ୟବହାର ଖୁବ ଭଲ ଥିଲା ବୋଲି ଗ୍ରାମବାସୀ କହିଛନ୍ତି । ତେବେ ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ ।

ଏବେ କଥା ଉଠୁଛି ଏହି ଦମ୍ପତି ସିନା ଆରପାରିକୁ ଚାଲିଗଲେ ହେଲେ ବାପ, ମାଆ ଛେଉଣ୍ଡ ହୋଇଗଲେ ଦୁଇ ଛୁଆ । ବାପା, ମାଆଙ୍କୁ ହରାଇ ସେମାନେ ଭାଙ୍ଗିପଡ଼ିଛନ୍ତି । ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ସହ ଜୀବନ ବି ଏକ ପ୍ରକାର ଦୁର୍ବିସହ ହୋଇପଡ଼ିଛି । ଏତେ କମ ବୟସରେ ବାପା, ମାଆଙ୍କୁ ଛାଡ଼ି ବଞ୍ଚିବେ ବା କେମିତି । କିଏ ପୋଷିବ ଏହି ଛୁଆଙ୍କୁ । ଯିଏ ଦୁନିଆକୁ ଆଣିଥିଲା ଆଜି ସେ ଦୁହେଁ ଆରପାରିରେ । ଏବେ ଅନ୍ଧାରମୟ ଜୀବନ ହୋଇପଡ଼ିଛି ଉଭୟ ଛୁଆଙ୍କର । ବାପା, ମାଆଙ୍କୁ ଛାଡ଼ି ବଞ୍ଚିବେ ବା କେମିତି ? ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.