COVID1-19: କନ୍ଧମାଳରେ ପୁଣି ଚିହ୍ନଟ ହେଲେ କୋରୋନା ଆକ୍ରାନ୍ତ

author img

By

Published : May 10, 2022, 11:13 AM IST

କନ୍ଧମାଳରେ ପୁଣି ଚିହ୍ନଟ ହେଲେ କୋରୋନା ଆକ୍ରାନ୍ତ

ଦୀର୍ଘ ଦିନ ପରେ କନ୍ଧମାଳରେ ଗତ ୬ ଦିନ ମଧ୍ୟରେ ଜିଲ୍ଲାରେ ୪ ଜଣ କୋରୋନାରେ(COVID-19) ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳରେ ପୁଣି ଚିହ୍ନଟ ହୋଇଛନ୍ତି ନୂଆ କୋରୋନା(COVID-19) ଆକ୍ରାନ୍ତ । ଦୀର୍ଘ ଦିନ ପରେ ଜିଲ୍ଲାରେ ପୁଣି କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଗତ ୬ ଦିନ ମଧ୍ୟରେ ଜିଲ୍ଲାରେ ୪ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଦାରିଙ୍ଗବାଡି ବ୍ଲକର ହୋଇଥିବା ବେଳେ ଫୁଲବାଣୀ ଓ ବାଲିଗୁଡା ବ୍ଲକର ଜଣେ ଲେଖାଏଁ ଅଛନ୍ତି । ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୫୩୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩,୪୩୪ ଜଣ ସୁସ୍ଥ ହୋଇଥିବା ବେଳେ ୯୫ ଜଣ ମୃତ୍ୟୁବରଣ କରିଛନ୍ତି । ସୁଚନାଯୋଗ୍ୟ ଯେ, ଜିଲାରେ ଶେଷଥର ପାଇଁ ମାର୍ଚ୍ଚ ୨୪ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କୋରୋନାର ଚତିର୍ଥ ଲହରକୁ ନେଇ ସମସ୍ତେ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.