କମଳା ପୂଜାରୀଙ୍କୁ ନଚେଇବା ଘଟଣା, ଉପଜିଲ୍ଲାପାଳଙ୍କ ନୋଟିସ୍‌ ସତ୍ତ୍ବେ ଅନୁପସ୍ଥିତ ସମାଜସେବୀ

author img

By

Published : Sep 7, 2022, 12:57 PM IST

ପଦ୍ମଶ୍ରୀ କମଳା ପୁଜାରୀଙ୍କୁ ନଚେଇବା ଘଟଣା, ଉପଜିଲ୍ଲାପାଳଙ୍କ ନୋଟିସ ପରେ ଅନୁପସ୍ଥିତ ସମାଜସେବୀ ମମତା ବେହେରା

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ମେଡିକାଲରେ ନଚେଇବା ଓ ସେହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଇବା ଘଟଣା ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଅଧିକ ପଢନ୍ତୁ

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବା ଘଟଣାକୁ ନେଇ ବିବାଦ ଥମିବାର ନା ନେଉନି । ଦିନକୁ ଦିନ ଏହି ବିବାଦ ବଢିବାରେ ଲାଗିଛି । କଟକ ବଡ଼ ମେଡି଼କାଲ ଏସସିବିକୁ (SCB) ଚିକିତ୍ସା ପାଇଁ ଯାଇଥିବା ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ (Padma Shri Kamala Pujari) ହସ୍ପିଟାଲ ଭିତରେ ଜଣେ ସମାଜସେବୀ ନଚାଇଥିଲେ । ସେହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଉପଜିଲ୍ଲାପାଳ । ସମାଜ ସେବୀ ମମତା ବେହେରା ଏବଂ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ସହଯୋଗୀ ଭାବେ ଯାଇଥିବା ଜୟପୁର ଯୁବକ ରାଜିବ ହିଆଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମାଜସେବୀ ହାଜର ହୋଇନଥିବା ଜଣାପଡିଛି ।

ପଦ୍ମଶ୍ରୀ କମଳା ପୁଜାରୀଙ୍କୁ ନଚେଇବା ଘଟଣା, ଉପଜିଲ୍ଲାପାଳଙ୍କ ନୋଟିସ ପରେ ଅନୁପସ୍ଥିତ ସମାଜସେବୀ ମମତା ବେହେରା

ସୂଚନା ଅନୁଯାୟୀ, ଗତ 2ତାରିଖରେ କେଉଁ କାରଣ ପାଇଁ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇଥିଲେ । ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଉପଜିଲ୍ଲପାଳ । ତେବେ ସମାଜ ସେବୀ ମମତା ବେହେରା ଏବଂ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ସହଯୋଗୀ ଭାବେ ଯାଇଥିବା ଜୟପୁର ଯୁବକ ରାଜିବ ହିଆଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଆଜି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପକ୍ଷ ରଖିବାକୁ ତାରିଖ ଦେଇଥିବା ବେଳେ କମଳା ପୂଜାରୀଙ୍କ ସହାୟକ ଭାବେ ଯାଇଥିବା ଜୟପୁର ଯୁବକ ରାଜିବ ହିଆଲ ବ୍ୟକ୍ତିଗତ ଭାବେ ପହଞ୍ଚି ନିଜ ପକ୍ଷ ରଖିଛନ୍ତି ।

ଅନ୍ୟପଟେ ଆଇସିୟୁ ମଧ୍ୟରେ କମଳା ପୂଜାରୀଙ୍କ କୌଣସି ଭିଡିଓ ସେ କରିନଥିବା ଜଣାଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି । କିନ୍ତୁ ସମାଜସେବୀ ମମତା ବେହେରା ଅନୁପସ୍ଥିତ ରହି ଉପଜିଲ୍ଲାପାଳଙ୍କୁ ଏକ ଲେଖା ପଠାଇଥିବା ଜଣାପଡିଛି । ତେବେ ସେ ଲେଖାରେ କଣ ରହିଛି ଓ ତାଙ୍କ ପକ୍ଷରେ ସେ କଣ ଯୁକ୍ତି ବାଢିଛନ୍ତି ସେ ସମ୍ପର୍କରେ ଉପଜିଲ୍ଲାପାଳ କିଛି କହିବାକୁ ମନା କରିଦେବା ଫଳରେ ସ୍ଥିତି ପୁଣିଥରେ ଏକ ନୂତନ ଦ୍ଵନ୍ଦ ମଧ୍ୟକୁ ଟାଣି ହୋଇଯାଇଛି । ଅପରପକ୍ଷରେ ମଙ୍ଗଳବାର ପୁଣିଥରେ ଆଦିବାସୀ ଜାଗରଣ ମଞ୍ଚ ପକ୍ଷରୁ ଏହାର ତଦନ୍ତ ଦାବି କରାଯାଇ ଆଉ ଏକ ଅଭିଯୋଗ ପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଏନେଇ ଜୟପୁର ଯୁବକ ରାଜୀବ ହିଆଲଙ୍କ କହିବା ଅନୁସାରେ, ‘‘ସେ କୌଣସି ଭିଡିଓ ବିଷୟରେ ଜାଣି ନାହାନ୍ତି କି ସେହି ନାଚ ସମୟରେ ମଧ୍ୟ ଉପସ୍ଥିତ ସେ ନଥିବା ନେଇ ଉପଜିଲ୍ଲାପାଲଙ୍କୁ ସୂଚନା ଦେଇଛନ୍ତି। ଏଥି ସହ ସେ କହିଛନ୍ତି ଯେ ମମତା ବେହେରା ତାଙ୍କୁ ମିଛରେ ଦୋଷ ଦେଉଛନ୍ତି । ତେଣୁ ଏନେଇ ଅଧିକ ତଦନ୍ତ କରିବାକୁ ’’ ରାଜୀବ ହିଆଲ କହିଛନ୍ତି ।

ସୂଚନା ଥାଉକି, ପଦ୍ମଶ୍ରୀ ଗତ ୨୪ ତାରିଖ ଭୋର ୪ଟା ସମୟରେ ଏସସିବିରେ ଭର୍ତ୍ତି କରାଯାଇଥିଲା । କମଳା ପୂଜାରୀଙ୍କୁ ଜ୍ଵର ଓ ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏସସିବିରେ ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ଗଠନ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.