କନ୍ଧମାଳରେ ଲଜ୍ଜା: ୪ ବର୍ଷର ଶିଶୁକୁ ୬୪ ବର୍ଷୀୟ ବୃଦ୍ଧର ଦୁଷ୍କର୍ମ

author img

By

Published : Sep 27, 2022, 8:54 AM IST

child rape in kandhamal

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ୪ ବର୍ଷର ଅଙ୍ଗନବାଡି ଶିଶୁକୁ ୬୪ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୪ ବର୍ଷର ଅଙ୍ଗନବାଡି ଶିଶୁକୁ ୬୪ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବୃଦ୍ଧ ଜଣକ ହେଲେ ସୁବର୍ଣ୍ଣ ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ: ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଦଶମ ଶ୍ରେଣୀ ଛାତ୍ର ଅଟକ

ମିଳିଥିବା ସୁଚନା ଅନୁସାରେ, ଗତ ୨୨ ତାରିଖରେ ଶିଶୁଟି ଘର ପାଖରେ ଖେଳୁଥିଲା ଏବଂ ତାଙ୍କ ମାଆ ଘର ପଛ ପାଖରେ କାମ କରୁଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମର ସୁବର୍ଣ୍ଣ ଝିଅକୁ ଘରକୁ ଡାକି ନେଇ ଦୁଷ୍କର୍ମ କରିବା ସମୟରେ ମାଆ ଦେଖି ପାଟି କରିଥିଲେ । ଫଳରେ ସୁବର୍ଣ୍ଣ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଝିଅର ମାଆ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୧୪୧/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହାପରେ ପୋଲିସ ଉକ୍ତ ବୃଦ୍ଧଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.