ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

author img

By

Published : May 22, 2022, 9:42 PM IST

ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଛତିଶଗଡ଼ର ମାଓବାଦୀ । ୬ ବର୍ଷ ଧରି ଓଡ଼ିଶାର କେକେବିଏନ୍‌ ମାଓବାଦୀ ସଂଗଠନରେ ସାମିଲ ଥିଲା । ଅଧିକ ପଢ଼ନ୍ତୁ

ଫୁଲବାଣୀ : କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଛତିଶଗଡ଼ର ମାଓବାଦୀ । ମାଓବାଦୀ ଜଣକ ହେଉଛି ଅଶୋକ ପୁନେ ଓ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାରେ । ଦୀର୍ଘ ୬ବର୍ଷ ଧରି ଓଡ଼ିଶାର କେକେବିଏନ୍‌ ମାଓବାଦୀ ସଂଗଠନରେ ସାମିଲ ଥିଲା ଅଶୋକ । ବିଭିନ୍ନ ମାଓ ହିଂସାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିଲା ।

ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲବାହିନୀର ବିଚାରଧାରାରେ ବିମୁଖ ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସଂଗଠନ ଛାଡିଛି । ଅନ୍ୟ ମାଓବାଦୀଙ୍କୁ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ କରିଛି ଅଶୋକ ପୁନେ । ସେ କହିଛି ମାଓବାଦୀମାନେ ଯାହା କୁହନ୍ତି ସେମାନେ ସେପରି କିଛି କରନ୍ତି ନାହିଁ ।

ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବିରୋଧ କରନ୍ତି ବୋଲି କହିଛି ଅଶୋକ । ଏଥିରେ ଅତିଷ୍ଠ ହୋଇ ଅଶୋକ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଖାଲି ଏତିକି ନୁହେଁ ମାଓବାଦୀଙ୍କ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନାରେ ଆକୃଷ୍ଟ ହୋଇଥିଲା ଅଶୋକ । ଅଶୋକ ଆସି ଆମ ପାଖରେ ଆତ୍ମସମର୍ପଣ କରିଛି । ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସାହାଯ୍ୟ ସହଯୋଗ ତାକୁ ଯୋଗାଇ ଦିଆଯିବ । ଆମେ ସମସ୍ତ ମାଓବାଦୀଙ୍କୁ ଅନୁରୋଧ କରୁଛୁ ସେମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଏସପି କହିଛନ୍ତି । ଅଶୋକ କେକେବିଏନ ଡିଭିଜନର ଦାସୁରୁଙ୍କ ପାଖରେ କାମ କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.