ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

author img

By

Published : May 10, 2022, 12:59 PM IST

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ , ଜଣେ ଗିରଫ

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ । ୭୫ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ । ଅଧିକ ପଢନ୍ତୁ

ଫୁଲବାଣୀ: ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ । ୭୫ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ । ଏହି ଘଟଣାରେ ଅନ୍ୟ ଜଣେ ଫେରାର ହୋଇଥିବା ଜଣାପଡିଛି । ଫୁଲବାଣୀରୁ ଅନୁଗୋଳକୁ ଚାଲାଣ ହେଉଥିବାବେଳେ ଏହି ସବୁ ଗଞ୍ଜେଇକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଅନୁଗୋଳ ବାଲିପଟା ଅଞ୍ଚଳର ପ୍ରହଲ୍ଲାଦ ବେହେରା । ସୂଚନା ଅନୁଯାୟୀ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଗଞ୍ଜେଇ ମାଫିଆ ଏକ ଆମ୍ବୁଲାନ୍ସରେ ଫୁଲବାଣୀରୁ ଅନୁଗୋଳ ଗଞ୍ଜେଇ ଚାଲାଣ କରୁଥିଲେ ।

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ , ଜଣେ ଗିରଫ

ଏନେଇ ବିଶେଷସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ସବ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ଟିମ ଫୁଲବାଣୀ-ବୌଦ୍ଧ ରାସ୍ତା ରାଣୀପଥର ଘାଟିରେ ଛକି ରହିଥିଲେ । ଆମ୍ବୁଲାନ୍ସ (ଓଡି ୧୯ ଜି ୩୧୨୩) ଆସିବା ଦେଖି ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଡ୍ରାଇଭର ସେଠାରୁ ଗାଡିକୁ ପଛକୁ ଆଣି ଚାଲି ଯିବାକୁ ଉଦ୍ୟମ କରିଥିଲେ । ଅବକାରୀ କର୍ମଚାରୀ ପିଛା କରି ଗାଡିକୁ ଅଟକାଇବା ବେଳେ ଡ୍ରାଇଭର ଚମ୍ପଟ ମାରିଥିଲେ ।

ଗାଡି ଭିତର ଥିବା ପ୍ରହଲ୍ଲାଦ ଧରାପଡିଥିବା ବେଳ ଯାଞ୍ଚ ପରେ ସେଥିରୁ ୭୫ କେଜି ଗଞ୍ଜେଇ ମିଳିଥିଲା । ଫେରାର ଡ୍ରାଇଭର ଜଣକ ଅନୁଗୋଳ ହଣ୍ଡପା ଥାନା ଅଞ୍ଚଳର ଚିକୁ ବେହେରା ବୋଲି ଅବକାରୀ ଇନ୍ସପେକ୍ଟର ଜେନା କହିଛନ୍ତି । ଏ ନେଇ ୧୨/୨୨ରେ ମାମଲା ରୁଜୁ ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.