ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

author img

By

Published : Sep 21, 2022, 10:17 AM IST

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

କନ୍ଧମାଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ପ୍ରଭାବରେ ବତେଡ଼ିମୁଣ୍ଡା ନିକଟସ୍ଥ ପୋଲ ଧୋଇ ଯିବାରୁ ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଖଜୁରିନାଳ ଅଞ୍ଚଳରେ ପାହାଡରୁ ପାଣିଆସି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଫୁଲବାଣୀ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଧୋଇଗଲା ପୋଲ । ଫଳରେ ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେହିଭଳି ଖଜୁରିନାଳ ଅଞ୍ଚଳରେ ପାହାଡରୁ ପାଣିଆସି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଲାଗିରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ତେବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକେ ବେଶ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃର୍ତ୍ତମଗଡ଼ ଠାରୁ ସିର୍ଲା ଓ କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡ଼ିମୁଣ୍ଡା ନିକଟସ୍ଥ ପୋଲ ଧୋଇ ଯାଇଛି । ପାରିଗଡ଼ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ବତେଡ଼ିମୁଣ୍ଡା ନିକଟସ୍ଥ ପୋଲ ଧୋଇଯିବା ଫଳରେ ଉଭୟ ବ୍ଲକର ୨ ପଞ୍ଚାୟତର ବୁଢ଼ାଖାମ୍ବା, ପାରିଗଡ଼, ଗଞ୍ଜୁଗୁଡ଼ା, ମଣ୍ଡାସିଙ୍ଗି, ସରସିଙ୍ଗିଆ, ବାଲିଗୁଡ଼ା ଆଦି ଅନେକ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି । ବାଲିଗୁଡାର ଖଜୁରିନାଳ, ବୁଡଗୁଡା ରାସ୍ତାରେ ପାଣି ଜାତୀୟ ରାଜପଥରେ ପ୍ରବାହିତ ହେଉଛି । ଫଳରେ ଲୋକ ଯିବା ଆସିବା ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଏପରିକି ଖଜୁରିନାଳ ଅଞ୍ଚଳରେ ପାହାଡରୁ ପାଣିଆସି ଲୋକଙ୍କ ଘରେ ପଶିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.