ଫୁଲବାଣୀରେ କୃତ୍ରିମ ଅଙ୍ଗ ଓ ସହାୟକ ଅଙ୍ଗ ମାପ ଶିବିର ଅନୁଷ୍ଠିତ

author img

By

Published : May 17, 2022, 1:55 PM IST

ଫୁଲବାଣୀରେ କୃତ୍ରିମ ଅଙ୍ଗ ଓ ସହାୟକ ଅଙ୍ଗ ମାପ ଶିବିର ଅନୁଷ୍ଠିତ

ଫୁଲବାଣୀ ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ କୃତ୍ରିମ ଅଙ୍ଗ ଏବଂ ସହାୟକ ଅଙ୍ଗର ମାପ ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ତିନି ଦିନବ୍ୟାପୀ ଭିନ୍ନକ୍ଷମ ପିଲା ଓ ବ୍ୟକ୍ତିମାନଙ୍କ କୃତ୍ରିମ ଅଙ୍ଗ ଏବଂ ସହାୟକ ଅଙ୍ଗର ମାପ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଉଦଘାଟନ କରିଥିଲେ । ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୯୮ ଜଣ ଭିନ୍ନକ୍ଷମ ପିଲା ଏବଂ ବ୍ୟକ୍ତି ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୯ ଜଣଙ୍କର ୧୨୭ଟି ସହାୟକ ଅଙ୍ଗ ଓ ୫ଟି କୃତ୍ରିମ ଅଙ୍ଗର ମାପ ନିଆଯାଇଥିଲା ।

ଫୁଲବାଣୀରେ କୃତ୍ରିମ ଅଙ୍ଗ ଓ ସହାୟକ ଅଙ୍ଗ ମାପ ଶିବିର ଅନୁଷ୍ଠିତ

ଭୁବନେଶ୍ବର ସ୍ଥିତ ‘ଅତ୍ୟାଧୁନିକ ଥଇଥାନ କେନ୍ଦ୍ର’ର ପ୍ରୋସ୍ପେଟିକ୍ ଓ ଅର୍ଥୋଟିକ୍ ଇଞ୍ଜିନିୟର ବିକାଶ ଜେନା, ଉଦୟନାଥ ମହାରଥୀ ଏହି ମାପ ନେଇଥିଲେ । ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପିଲାମାନଙ୍କୁ ନେବାଆଣିବା କରାଯାଇଥିଲା । ଏହି ଶିବିରକୁ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ ସେଠ୍ ପରିଚାଳନା କରିଥିଲେ ।

ଆଗାମୀ ଦିନରେ ବିଭିନ୍ନ ବ୍ଲକରେ ଏଭଳି 'କୃତ୍ରିମ ଅଙ୍ଗ ଓ ସହାୟକ ଅଙ୍ଗ ଶିବିର' ଅନୁଷ୍ଠିତ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ଅଙ୍ଗ ସବୁକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସମ୍ପୂର୍ଣ୍ଣ ମାଗଣା ଦିଆଯିବାର ବନ୍ଦୋବସ୍ତ କରାଯାଇଛି । କୌଣସି ଭିନ୍ନକ୍ଷମ ବ୍ୟକ୍ତି ଓ ପିଲା ଏସବୁ ପାଇବା ପାଇଁ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.