ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ

author img

By

Published : Jan 14, 2022, 4:38 PM IST

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ

କନ୍ଧମାଳ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ । ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ଜଣେ ନବ ଜାତ ଶିଶୁକୁ ଅଦଳବଦଳ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଫୁଲବାଣୀ ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଗୋଚ୍ଛାପଡ଼ା ଅଞ୍ଚଳର ଲକ୍ଷ୍ମୀ କହଁର ନାମକ ଜଣେ ମହିଳା ଶିଶୁକୁ ଜନ୍ମ ଦେବା ପରେ ତାଙ୍କୁ ଲେବର ରୁମରୁ ୱାର୍ଡ଼କୁ ନିଆଯାଇଥିଲା । 15ରୁ 20 ମିନିଟ ପରେ ତାଙ୍କୁ ଏକ ଶିଶୁ କନ୍ୟାକୁ ଦିଆଯାଇଥିଲା । କିନ୍ତୁ ତାଙ୍କର ମା ଓ ଶିଶୁ ସ୍ବାସ୍ଥ୍ୟ କାର୍ଡ଼ରେ ପୁଅ ଜନ୍ମ ହୋଇଥିବା ଉଲ୍ଲେଖ ରହିଛି ।

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ

ତେଣୁ ପ୍ରସୂତୀ ମହିଳା ଜଣକ ମଧ୍ୟ ତାଙ୍କର ଶିଶୁ ପୁତ୍ର ହୋଇଥିବା ସନ୍ଦେହ କରିବା ସହିତ ୱାର୍ଡ଼ର ନର୍ସ ଓ କର୍ମଚାରୀ ମାନେ ତାଙ୍କ ଶିଶୁ ପୁତ୍ର ଜାଗାରେ ଏକ ଶିଶୁ କନ୍ୟା ଦେଇଥିବା କହିଛନ୍ତି । ଏନେଇ ପ୍ରସୂତୀ ମହିଳାଙ୍କ ସ୍ବାମୀ ଏବଂ ସମ୍ପର୍କୀୟ ମାନେ କନ୍ଧମାଳ ଜିଲ୍ଲା ଭାରପ୍ରାପ୍ତ CDMOଙ୍କୁ ଅଭିଯୋଗ କରିଛନ୍ତି । ତେବେ ଭାରପ୍ରାପ୍ତ CDMO କହିଛନ୍ତି ଯେ ଯଦି ଏମିତି କିଛି ହୋଇଥିବା ତେବେ ତାର ତଦନ୍ତ କରାଯିବ । ସେପଟେ ପ୍ରସୂତି ମହିଳାଙ୍କ ସ୍ବାମୀ ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଚଳାଇଛି ଫୁଲବାଣୀ ପୋଲିସ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.