କନ୍ଧମାଳ ମେଡିକାଲ କଲେଜର ସମୀକ୍ଷା କଲେ ୫‘ଟି’ ସଚିବଙ୍କ ଟିମ୍

author img

By

Published : Apr 2, 2021, 10:15 PM IST

Updated : Apr 3, 2021, 9:34 AM IST

କନ୍ଧମାଳ ମେଡିକାଲ୍ କଲେଜର ସମୀକ୍ଷା କଲେ ୫- ଟି ସଚିବଙ୍କ ଟିମ୍

ମୁଖ୍ୟ ଶାସନ ସଚିବ ଓ ୫‘ଟି’ ସଚିବଙ୍କ ଦିନିକିଆ କନ୍ଧମାଳ ଗସ୍ତ । ଜିଲ୍ଲାରେ ନିର୍ମାଣ ହେଉଥିବା ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣକୁ ନେଇ କଲେ ସମୀକ୍ଷା । ଅଧିକ ପଢନ୍ତୁ...

ଫୁଲବାଣୀ: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫‘ଟି’ ସଚିବ ଭିକେ ପାଣ୍ଡିଆନଙ୍କ ଟିମ୍ ଦିନିକିଆ କନ୍ଧମାଳ ଗସ୍ତ କରିଛନ୍ତି । ମୁଖ୍ୟତଃ ଫୁଲବାଣୀରେ ଚାଲିଥିବା ମେଡିକାଲ୍ କଲେଜ ଓ ହସ୍ପିଟାଲ ନିର୍ମାଣକୁ ନେଇ ସମୀକ୍ଷା କରାଯାଇଥିବା ଜଣାପଡିଛି ।

କନ୍ଧମାଳ ମେଡିକାଲ୍ କଲେଜର ସମୀକ୍ଷା କଲେ ୫- ଟି ସଚିବଙ୍କ ଟିମ୍

ଫୁଲବାଣୀ ଗୁଡାରି ସ୍ଥିତ ଏରୋଡ୍ରମ ପଡିଆରେ 5‘ଟି’ ଟିମ ଓହ୍ଲାଇବା ପରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ଲୋକେ ତାର ସୁଫଳ ପାଉଛନ୍ତି କି ନାହିଁ ସେସବୁ କାର୍ଯ୍ୟର ସମୀକ୍ଷା କରିଥିଲେ 5ଟି ସଚିବ ଓ ମୁଖ୍ୟ ଶାସନ ସଚିବ l ପରେ ଫୁଲବାଣୀ ନିକଟ ତିଲକପଡ଼ା ଠାରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ସ୍ଥାନ ବୁଲି ଦେଖି ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ମେଡିକାଲ କଲେଜର ଡିଜାଇନ ମଧ୍ୟ ଦେଖିଥିଲେ l

ସେହିପରି ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁଥିବା ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିକୁ ଯାଇ ସେଠାକାର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମୀ ଓ ପରିବେଶ ଆଦି ବୁଲି ଦେଖିଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ ।

ଏହି ଅବସରରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଲୁମିନି କମିଟି ସଦସ୍ୟମାନେ ଉପସ୍ଥିତ ରହି କୋଭିଡ଼-୧୯ ଗାଇଡଲାଇନ ମାନି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର, ସ୍ଵାସ୍ଥ୍ୟ ସଚିବ, ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କନ୍ଧମାଳଗସ୍ତରେ ଆସିଥିଲେ ।

କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଏସପି ବୀନିତ ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାୟକ, ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଫୁଲବାଣୀ ବିଡିଓ ଶାନ୍ତନୁ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated :Apr 3, 2021, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.