ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Sep 14, 2022, 10:02 PM IST

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀ କୁ ୨୦ ବର୍ଷ ଜେଲ ଦଣ୍ଡ ଦେଲେ ସ୍ୱତନ୍ତ୍ର POCSO କୋର୍ଟ । ନାବାଳିକା ଦୁଷ୍କର୍ମକାରୀ କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜରିମାନା ଅର୍ଥ ଅନାଦେୟ ସ୍ଥଳେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ମଧ୍ୟ ଶୁଣାଇଛନ୍ତି ସ୍ୱତନ୍ତ୍ର POCSO କୋର୍ଟ ଫୁଲବାଣୀ । ଅଧିକ ପଢନ୍ତୁ

ଫୁଲବାଣୀ: ନାବାଳିକା ଦୁଷ୍କର୍ମକାରୀ କୁ ୨୦ ବର୍ଷ ଜେଲ ଦଣ୍ଡ ଦେଲେ ସ୍ୱତନ୍ତ୍ର POCSO କୋର୍ଟ । ନାବାଳିକା ଦୁଷ୍କର୍ମକାରୀ କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ଜରିମାନା ଅର୍ଥ ଅନାଦେୟ ସ୍ଥଳେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ମଧ୍ୟ ଶୁଣାଇଛନ୍ତି ସ୍ୱତନ୍ତ୍ର POCSO କୋର୍ଟ ଫୁଲବାଣୀ।

ଘଟଣା ଅନୁସାରେ ଗତ ୨୦୨୦ ମସିହାରେ ପୀଡିତା ନାବାଳିକା ୧୦ମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍କୁଲ ଛୁଟି ଥିବାରୁ ଘରେ ଥିଲେ । ସେହି ସମୟରେ କେଲାପଡା ବାସିନ୍ଦା ଦୋଷୀ ରୋହିତ କହଁର ପୀଡିତାଙ୍କ ଗ୍ରାମକୁ କୁଣିଆ ଆସିଥିଲେ । ସେତେବେଳେ ପୀଡିତାଙ୍କ ପ୍ରଥମେ ବନ୍ଧୁତା ସ୍ଥାପନ କରି ପରେ ସରଳତାର ସୁଯୋଗ ନେଇ ରହୁଥିବା ଘରକୁ ଡାକି ପୀଡିତାଙ୍କ ସହ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିଥିଲେ । ପରେ ନିଜ ଗ୍ରାମ କେଲାପଡାକୁ ପଳାଇଥିଲା। ପରେ ପୀଡିତା ଜଣଙ୍କ ଗର୍ଭବତୀ ହୋଇଥିଲେ ।

ଘଟଣା ସମ୍ପର୍କରେ ପୀଡିତା ନିଜ ମାଆଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ପୀଡିତାଙ୍କ ମା କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେ-ନୂଆଗାଁ ଥାନା କେସ ନଂ 60/2020ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ମୋଟ ୨୦ ଜଣ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋକ୍ସକୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା, ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.