କନ୍ଧମାଳରୁ ପାଖାପାଖି ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ଗ୍ରାମରକ୍ଷୀ ସମେତ 3 ଗିରଫ
Published: Mar 16, 2023, 9:45 AM


କନ୍ଧମାଳରୁ ପାଖାପାଖି ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ଗ୍ରାମରକ୍ଷୀ ସମେତ 3 ଗିରଫ
Published: Mar 16, 2023, 9:45 AM
ଫିରିଙ୍ଗିଆ ପୋଲିସ ଜବତ କରିଛି 81 କିଲୋଗ୍ରାମ ଗଞ୍ଜେଇ 3 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ କିଛି ଦିନ ହେଲା ଗଞ୍ଜେଇ କାରବାର ବଢିବାରେ ଲାଗିଛି । ଗଞ୍ଜେଇ ମାଫିଆମାନଙ୍କ ଚରାଭୂଇଁ ପାଲଟିଛି ଏହି ଅଞ୍ଚଳ । ଏହା ଉପରେ ରୋକ ଲଗାଇବାକୁ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ କରିବା ଜବତ ସହ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରୁଥିଲେ ହେଁ ଏହି ବେଆଇନ କାରବାର ଥମିବାର ନାଁ ନେଉନି । ଗତକାଲି ଲଦଡି ଛକରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଠାରୁ ୬୦ କିଲୋ ଗଞ୍ଜେଇ ଜବତ କରିଛି ଫୁଲବାଣୀ ଅବକାରୀ ବିଭାଗ ମୋବାଇଲ ଟିମ । ଏହି ଘଟଣାରେ ଫିରିଙ୍ଗିଆ ଥାନା ଜାଜେସପଙ୍ଗା ପଞ୍ଚାୟତର କାମ୍ବାପଡ଼ା ଗ୍ରାମର ଉଦୟ ମାଝୀ ( ୫୫)ଙ୍କୁ ଗିରଫ କରାଯାଇଛି ।
ତେବେ ଉଦୟ ଫିରିଙ୍ଗିଆ ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନା ଅନୁସାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୋବାଇଲ ଅବକାରୀ ବିଭାଗର କର୍ମଚାରୀ ମାନେ ଲଦଡ଼ି ଛକରେ ବସ୍ତା ଧରି ଛିଡ଼ା ହୋଇ ଥିବା ଉଦୟଙ୍କୁ ସନ୍ଦେହରେ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୬୦ ଗଞ୍ଜେଇ ବାହାରିଥିଲା । ଏନେଇ ଫୁଲବାଣୀ ଅବକାରୀ ଥାନାରେ ୧୪୫/୨୦୨୨/୨୩ରେ ମାମଲା ରୁଜ୍ଜୁ କରି ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ, ଓଆଇସି ଭବାନୀ ଶଙ୍କର ସେଠୀ, ଏଏସ୍ ଆଇ ସୁଜିତ ମୁଦୁଲି, ପ୍ରମୁଖ ଏହି ଚଢ଼ାଉ କରିଥିଲେ ।
ସେହିଭଳି ଫିରିଙ୍ଗିଆ ପୋଲିସ ମାଝୀ ପଡ଼ା ଘାଟି ରାସ୍ତାରୁ ୮୧କେଜି ଗଞ୍ଜେଇ ଓ ଏକ ମିନି ଭ୍ୟାନ ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ତେବେ ଫିରିଙ୍ଗିଆ ପୋଲିସ ମାଝୀ ପଡ଼ା ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ପାସେଞ୍ଜର ଭ୍ୟାନକୁ ସନ୍ଦେହରେ ଅଟକାଇଥିଲା । ଏନେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଘଟଣା ସ୍ଥଳରୁ ପୋଲିସ ୮୧ କେଜି ଗଞ୍ଜେଇ ସହ ଭ୍ୟାନକୁ ଜବତ କରାଯାଇଥିଲା । ଏନେଇ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଫିରିଙ୍ଗିଆ ଥାନା ଅଞ୍ଚଳର ସାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରି ଗାଁର ଗୁପ୍ତେଶ୍ୱର ରଣା ଓ ସାଡୀଙ୍ଗିଆର ଚମ୍ପେଶ୍ୱର୍ କହଁରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏଥିସହ ଫିରିଙ୍ଗିଆ ଥାନାରେ ୪୫/୨୩ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l
ଇଟିଭି ଭାରତ, ଫୁଲବାଣୀ
