ନିର୍ମାଣଧିନ ମୋହନଗିରି ଥାନା କୋଠାରୁ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ

author img

By

Published : Sep 29, 2022, 6:29 PM IST

Updated : Sep 29, 2022, 7:31 PM IST

ନିର୍ମାଣଧିନ ମୋହନଗିରି ଥାନା କୋଠାରୁ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ

ନିର୍ମାଣଧିନ ମୋହନଗିରି ଥାନା କୋଠାରୁ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ । ମୋହନଗିରୀ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ଷ୍ଟେସନ ନିର୍ମାଣ କାମରେ ଛାତ ଉପର କୁ ଚଢି ପାଣି ଦେଉଥିବା ସମୟରେ ୨ ମହଲା ଉପରୁ ଖସି ପଡି ମହିଳା ଶ୍ରମିକ ମୃତ। ଅଧିକ ପଢନ୍ତୁ

କଳାହାଣ୍ଡି: ନିର୍ମାଣଧିନ ମୋହନଗିରି ଥାନା କୋଠାରୁ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ମୋହନଗିରୀରେ । ପୋଲିସ ଷ୍ଟେସନ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ଛାତରୁ ପଡି ମୃତ୍ୟୁ ଘଟିଛି । ତେବେ ମୃତ ମହିଳା ଜଣଙ୍କ ହେଉଛନ୍ତି ମଦନପୁର ରାମପୁର ଥାନା ଅନ୍ତର୍ଗତ ସିର୍କିହେଜୁ ଗାଁର ଭାନୁମତି ସୁନା ।

ନିର୍ମାଣଧିନ ମୋହନଗିରି ଥାନା କୋଠାରୁ ପଡି ମହିଳା ଶ୍ରମିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ମୋହନଗିରୀ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ଷ୍ଟେସନ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରୁଥିଲେ ଭାନୁମତି ସୁନା । ଛାତ ଉପରକୁ ଚଢି ପାଣି ଦେଉଥିବା ସମୟରେ ୨ ମହଲା ଉପରୁ ଖସି ପଡି ଥିଲେ । ଏନେଇ ତୁରନ୍ତ ସାଥୀ ଶ୍ରମିକ ଓ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରି ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସ୍ୱାମୀର ମୃତ୍ୟ ପରେ ପରଘରେ ମୂଲ ଲାଗି ଘର ଚଳାଉଥିଲେ ଭାନୁମତି । ଏବେ ଭାନୁମତିଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ଏବେ ଅନାଥ ହୋଇ ଯାଇଛନ୍ତି । ଦୁଇ ଝିଅଙ୍କ ପ୍ରତିପୋଷଣ ସହ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ , କଳାହାଣ୍ଡି

Last Updated :Sep 29, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.