ସ୍ଵାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

author img

By

Published : Dec 4, 2022, 12:09 PM IST

ସ୍ଵାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

କେସିଙ୍ଗା ଥାନା ଅନ୍ତର୍ଗତ ମାଟିଆ ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କଲା ସ୍ବାମୀ । ଅଧିକ ପଢନ୍ତୁ

ଭବାନୀପାଟଣା: ସାମାନ୍ୟ ବଚସାରୁ ନିଷ୍ଠୁର ପାଲଟିଗଲା ସ୍ବାମୀ । ସ୍ୱାମୀର କଟୁରୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ମାଟିଆ ଗାଁରେ । ଆହତ ମହିଳା ଜଣଙ୍କ ହେଉଛନ୍ତି ସୁନିତା ।

ସ୍ଵାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ମାଟିଆ ଗାଁର ଭୋଜରାଜ ସାହୁ ଗତ ୧୦ ବର୍ଷ ତଳେ ଟିଟିଲାଗଡ଼ ଥାନା ନାନୀଝର ଗାଁର ଧନଞ୍ଜୟ ସାହୁଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । କିନ୍ତୁ ବାହାଘର ଦିନ ଠାରୁ ସୁନିତା ଅନେକ ସମୟରେ ଭୋଜରାଜ ନିର୍ଯାତନା ଦେଇ ଆସୁଥିଲା। ଗତକାଲି(ଶନିବାର) ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସ୍ୱାମୀ ଭୋଜରାଜ ଉତକ୍ଷିପ୍ତ ହୋଇ ସୁନିତା ଶୋଇଥିବା ସମୟରେ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିଲେ । ସୁନିତାଙ୍କ ମୁଣ୍ଡରେ ବାରମ୍ବାର ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ । ଏନେଇ ପଡୋଶୀ ଜାଣିବା ପରେ ସୁନିତାଙ୍କୁ ଉଦ୍ଧାର କରି ପ୍ରଥମେ କେସିଙ୍ଗା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସୁନିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ସଭାରେ ଅଧିକ ଗାଁ ସାମିଲକୁ ବିରୋଧ, ଥାନାରେ ଏତଲା

ସେପଟେ ଖବର ପାଇ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ସ୍ୱାମୀ ଭୋଜରାଜ ସାହୁକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.