ବିକାଶ ବଦଳରେ ବିନାଶ କରୁଛି ବେଦାନ୍ତ, ପ୍ରଶାସନର ଦ୍ୱାରସ୍ଥ ଲୋକେ

author img

By

Published : Oct 20, 2021, 9:28 AM IST

ବିକାଶ ବଦଳରେ ବିନାଶ କରୁଛି ବେଦାନ୍ତ, ପ୍ରଶାସନରେ ଦ୍ୱାରାସ୍ଥ ଲୋକେ

କଳାହାଣ୍ଡିରେ ବେଦାନ୍ତ କମ୍ପାନୀ ବିକାଶ ନାଁରେ ବିନାଶ ରଚୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ । ଜିଲ୍ଲାପାଳଙ୍କ ଜରିଆରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ବିପର୍ଯ୍ୟୟ ଓ ପ୍ରଶମାନ ବିଭାଗକୁ ଜନସ୍ୱାର୍ଥ ସୁରକ୍ଷା ପାଇଁ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ ...

ଭବାନୀପାଟଣା: ଆଶା ଥିଲା କମ୍ପାନୀ ଆସିବ, ଅଞ୍ଚଳର ସାମଗ୍ରିକ ବିକାଶ ହେବା ସହ ଯୁବ ଗୋଷ୍ଠୀ ନିଯୁକ୍ତି ମଧ୍ୟ ପାଇପାରିବେ । ହେଲେ କମ୍ପାନୀ ତ ଆସିଲା କିନ୍ତୁ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଭଳି ବିକାଶର ପ୍ରତିଶ୍ରୁତିର ପାହାଡ଼ରେ ପୋତି ଦେଇଥିବା ବେଦାନ୍ତ କମ୍ପାନୀ ଆଜି ବିକାଶ ବଦଳରେ ବିନାଶ ରଚୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବିକାଶ ବଦଳରେ ବିନାଶ କରୁଛି ବେଦାନ୍ତ, ପ୍ରଶାସନରେ ଦ୍ୱାରାସ୍ଥ ଲୋକେ

ଏହାକୁ ନେଇ ଅନେକ ସମୟରେ ବିରୋଧର ସ୍ୱର ଉଠିଛି । ବାରମ୍ବାର କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । କିନ୍ତୁ ସବୁଜାଣି ଅଜଣା କମ୍ପାନୀ କର୍ତ୍ତୃପକ୍ଷ । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼-ମୁନିଗୁଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କମ୍ପାନୀରେ ସିଧାସଳଖ ନିଯୁକ୍ତି ଦେବା ସହ କର୍ମ ନିଯୁକ୍ତି ଦେବା ବଦଳରେ କମ୍ପାନୀ ଯାନ୍ତ୍ରିକ ମାଧ୍ୟମରେ ବକ୍ସାଇଟ ଲୋଡିଙ୍ଗ, ଅନଲୋଡିଙ୍ଗ କରିବା ଫଳରେ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡି ସହିତ ସଂପୃକ୍ତ ୩୦୦୦ ରୁ ଊର୍ଦ୍ଧ୍ବ ପରିବାର ରୋଜଗାର ହରାଇବେ ବୋଲି ଅଭିଯୋଗ କରିଛନ୍ତି ।

ତେଣୁ ଶ୍ରମିକ ଏବଂ ଟ୍ରକ ମାଲିକଙ୍କ କର୍ମ ନିଯୁକ୍ତିର ଗ୍ୟାରେଣ୍ଟି ପାଇଁ ୮୦% କାର୍ଯ୍ୟ ଅଯାନ୍ତ୍ରିକ ରୂପେ କରାଯିବାକୁ ଦାବି ହୋଇଛି । ଏହାସହ କମ୍ପାନୀ ନିକଟରେ ଥିବା ୧୦ ଟି ଗାଁ କମ୍ପାନୀର ରେଡ଼ମଡ଼ ଫଣ୍ଡ ପାଇଁ ପ୍ରଭାବିତ ହେବା ସହ ବକ୍ସାଇଟ ଗୁଣ୍ଡ ଯୋଗୁଁ ରୋଗାଗ୍ରସ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଯଥାଶୀଘ୍ର କମ୍ପାନୀ ନିକଟରେ ଥିବା ଗାଁଗୁଡିକୁ ଗ୍ରାମସଭା ମାଧ୍ୟମରେ ଆଲୋଚନା କରି ଉପଯୁକ୍ତ ଥଇଥାନ କରିବା ପାଇଁ ଦାବି ହୋଇଛି । ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୨ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଓ ଶିବାଜୀ ମାଝୀଙ୍କ ନେତୃତ୍ୱରେ ଲାଞ୍ଜିଗଡ଼-ମୁନିଗୁଡା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ବିପର୍ଯ୍ୟୟ ଓ ପ୍ରଶମାନ ବିଭାଗକୁ ଜନସ୍ୱାର୍ଥ ସୁରକ୍ଷା ପାଇଁ ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.