ଖେଳ ହେଲା କାଳ, ପୋଖରୀରେ ବୁଡି ଦୁଇ ଶିଶୁ ମୃତ

author img

By

Published : Sep 22, 2021, 11:28 AM IST

ପୋଖରୀରେ ବୁଡି ଦୁଇ ଶିଶୁ ମୃତ !

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା କୁଟରୁଗୁଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅନ୍ତର୍ଗତ କୁଟରୁଗୁଡା ଗାଁରେ ଅଘଟଣ । ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ମୃତକ କୁଟରୁଗୁଡା ଗାଁର ଗୌରଙ୍କ ଝିଅ କୁସ୍ମିତା ଓ ଗୋଦନଙ୍କ ପୁଅ ସୁଶାନ୍ତ । ଦୁଇ ଶିଶୁ ଘର ପାଖରେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ପୋଖରୀରେ ଖସି ପଡିଥିଲେ । ଫଳରେ ଉଭୟଙ୍କର ଅକାଳରେ ମୃତ୍ୟୁ ଘଟିଛି ।

ପୋଖରୀରେ ବୁଡି ଦୁଇ ଶିଶୁ ମୃତ !

ସୂଚନାଯୋଗ୍ୟ, ଖେଳିବାକୁ ଯାଇଥିବା ଉଭୟ ଶିଶୁ ବହୁ ସମୟ ଧରି ଘରକୁ ନ ଫେରିବା ଯୋଗୁଁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଏହି ସମୟରେ ନିକଟସ୍ଥ ପୋଖରୀରେ ଉଭୟ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଖରୀରୁ ଶିଶୁଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ବିଶ୍ବନାଥପୁର ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ବିଶ୍ବନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳର ଶୋକର ଲହରୀ ଖେଳି ଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.