ଗ୍ରାନାଇଟ ଖଣି ଖନନକୁ ଆଦିବାସୀଙ୍କ ବିରୋଧ

author img

By

Published : Sep 18, 2021, 2:31 PM IST

ଗ୍ରାନାଇଟ ଖାଣି ଖନନକୁ ଆଦିବାସୀଙ୍କ ବିରୋଧ

ଅନୁଷ୍ଠିତ ହୋଇଯାଇଛି ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦନପୁରଠାରେ ପ୍ରସ୍ତାବିତ ଗ୍ରାନାଇଟ ଖଣି ଖନନକୁ ନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି । ତେବେ ଏହି ଜନ ଶୁଣାଣିରେ ମୂଳରୁ ହିଁ ଖଣି ଖନନକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଭବାନୀପାଟଣା: ଅନୁଷ୍ଠିତ ହୋଇଯାଇଛି ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦନପୁରଠାରେ ପ୍ରସ୍ତାବିତ ଗ୍ରାନାଇଟ ଖଣି ଖନନକୁ ନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି । ତେବେ ଏହି ଜନ ଶୁଣାଣିରେ ମୂଳରୁ ହିଁ ଖଣି ଖନନକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ରାୟଗଡ଼ାସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟର ଅଧିକାରୀ ଇପିକେ କର, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

ଗ୍ରାନାଇଟ ଖଣି ଖନନକୁ ଆଦିବାସୀଙ୍କ ବିରୋଧ

ଏପଟେ ପ୍ରସ୍ତାବିତ ଚନ୍ଦନପୁର ଗ୍ରାନାଇଟ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଥିଲେ। ଏନେଇ ପ୍ରଶାସନ ପକ୍ଷରୁ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଗାମୀ ଦିନରେ ଲୋକଙ୍କ ମତକୁ ସମ୍ମାନ ଦେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମତ ପ୍ରକାଶ ପାଇଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.