୮ ଦଫା ଦାବି ନେଇ ଜିଲ୍ଲା ବ୍ୟାପି ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 4, 2022, 11:07 AM IST

୮ ଦଫା ଦାବି ନେଇ ଜିଲ୍ଲା ବ୍ୟାପି ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରେ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରେ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ଧରି ସମାଜକୁ ଶିକ୍ଷିତ କରି ଗଢି ତୋଳିବାରେ ଏକସ କ୍ୟାଡର ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିଆସିଛନ୍ତି । ଏପରିକି ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣଶିକ୍ଷକମାନଙ୍କୁ ନିୟମିତି ନିଯୁକ୍ତି ଏବଂ ଏକସ କ୍ୟାଡର ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରିବା ଭଳି ୮ ଦଫା ଦାବି କରିଛନ୍ତି ।

ଏନେଇ ଗତକାଲି ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ନିର୍ଦ୍ଦେଶ କ୍ରମେ ଭବାନୀପାଟଣା, ଗୋଲାମୁଣ୍ଡା, କୋକସରା ଭଳି ବିଭିନ୍ନ ବ୍ଲକ ମାନଙ୍କରେ ଶତାଧିକ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଦିନରେ ଦାବି ପୂରଣ ନହେଲେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.