ପାଗଳ କୁକୁର ଆତଙ୍କ, ୧୩ ଜଣ ମେଡ଼ିକାଲରେ ଭର୍ତ୍ତି

author img

By

Published : Dec 2, 2022, 7:53 PM IST

ପାଗଳ କୁକୁର ଆତଙ୍କ, ୧୩ ଜଣ ମେଡ଼ିକାଲରେ ଭର୍ତ୍ତି

କଳାହାଣ୍ଡି ଜିଲ୍ଲାରେ ଦେଖାଦେଇଛି ପାଗଳ କୁକୁର ଆତଙ୍କ । ଗ୍ରାମାଞ୍ଚଳ ମାନଙ୍କରେ ପାଗଳ କୁକୁର ଆକ୍ରମଣର ଶିକାର ହୋଇ ଏବେ ୧୩ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦେଖାଦେଇଛି ପାଗଳ କୁକୁର ଆତଙ୍କ । ଗ୍ରାମାଞ୍ଚଳ ମାନଙ୍କରେ ପାଗଳ କୁକୁର ଆକ୍ରମଣର ଶିକାର ହୋଇ ଏବେ ୧୩ ଜଣ ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ମୂଷାନାଲ ଗାଁରେ ଆଜି ସକାଳୁ ପାଗଳ କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିବା ଦେଖିବାକୁ ମିଳିଛି। ଏନେଇ ପ୍ରାଣ ବିକଳ ରେ ଲୋକେ ଘରୁ ବାହାର କୁ ବାହାରୁ ନାହାନ୍ତି।

ତେବେ ପାଗଳ କୁକୁର ଆକ୍ରମଣରେ ମୂଷାନାଲ ଗାଁର ପ୍ରାୟ ୬ ଜଣ ଏବେ ବିଶ୍ବନାଥ ପୁର ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସେହିପରି କଲମପୁର ବ୍ଲକ ଅନ୍ତର୍ଗତ ଟେମରା ଗାଁରେ ଆଜି ସକାଳୁ ସକାଳୁ ଲୋକେ ନିଜ ନିଜ କାମ ପାଇଁ ଘରୁ ବାହାରିବା ସମୟରେ ଗାଁରେ ପାଗଳ କୁକୁର ଆତଙ୍କ ଦେଖା ଦେଇଥିଲା।ଗାଁ ଦାଣ୍ଡରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ପାଗଳ କୁକୁର ଆକ୍ରମଣ କରିଥିଲା । ଫଳରେ ୮ ଜଣ ଗୁରୁତର ଅବସ୍ଥାରେ କଲମପୁର ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ମଧ୍ୟ ଗାଁରେ ପାଗଳ କୁକୁର ବୁଲୁ ଥିବାରୁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.