ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା

author img

By

Published : Sep 26, 2022, 12:58 PM IST

ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା

ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ଭବାନୀପାଟଣା ସହର । ଏଥି ସହ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ପ୍ରଦର୍ଶିତ ହେବ ଦାଣ୍ଡି ଯାତ୍ରା । ଅଧିକ ପଢନ୍ତୁ

ଭବାନୀପାଟଣା: ଆସିଛି ପାର୍ବଣ ଋତୁ । ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ଭବାନୀପାଟଣା ସହର । ଏଥି ସହ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ପ୍ରଦର୍ଶିତ ହେବ ଦାଣ୍ଡି ଯାତ୍ରା ।

ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା

ତେବେ ଚଳିତ ବର୍ଷ ଭବାନୀପାଟଣା ସହର ର ବିବିସି ପଡା ପୂଜା କମିଟି,ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ ୧୦ ଟି ପୂଜା ମେଢକୁ ନେଇ ପୂଜା କମିଟି ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହା ଛଡା ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ବିଭିନ୍ନ ମୂର୍ତ୍ତିମାନ ତିଆରି ହୋଇଛି ଏଥିସହ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଛି ସାରା ଭବାନୀପାଟଣା ସହର । ଏସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ତେବେ ପୂଜା କମିଟି ପକ୍ଷରୁ ୭ ଦିନ ବ୍ୟାପି ମନୋରଞ୍ଜନ ପାଇଁ ମେଲୋଡି, ମୀନା ବଜାର,ଭଜନ ସଂଧ୍ୟାର ଆୟୋଜନ କରାଯାଇଛି । ଏ ସବୁକୁ ନେଇ କମିଟିର କର୍ମକର୍ତ୍ତା ମଧ୍ୟ ବେଶ ଉତ୍ସାହିତ । ଏହାସହ ହାତରେ ଆଉ ଅଳ୍ପ ସମୟ ଥିବା ବେଳେ ଯେଉଁ କିଛି ସାଜସଜ୍ଜା ବାକି ରହିଯାଇଛି ତାକୁ ସରିବା ପାଇଁ ଲାଗି ପଡିଛନ୍ତି କାରୀଗର ।

ଏନେଇ ପ୍ରଦେଶୀ ପଡା ପୂଜା କମିଟି ସମ୍ପାଦକ ଇନ୍ଦୁମୋଲି ପାଣିଗ୍ରାହୀ କହିଛନ୍ତି,"ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି । କୋରୋନା ମହାମାରୀର ଦୁଇ ବର୍ଷ ପରେ ସର୍ବ ସାଧାରଣଙ୍କ ପାଇଁ ଏହି ମଣ୍ଡପ ଖୋଲା ହେଉଛି । ଏନେଇ ପୂଜା ପାଇଁ ମଣ୍ଡପର ସମସ୍ତ ପ୍ରସ୍ତୁତି ସରିଯାଇଛି । ଏହା ଛଡା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଧ୍ୟ ଆୟୋଜନ କରାଯାଇଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.