ରାତି ପାହିଲେ ଗଡ଼ଜାତ ଅଞ୍ଚଳରେ ପାଳନ ହେବ ନୂଆଁଖାଇ

author img

By

Published : Sep 15, 2021, 5:34 PM IST

ରାତି ପାହିଲେ ଗଡ଼ଜାତ ଅଞ୍ଚଳରେ ପାଳନ ହେବ ନୂଆଁଖାଇ

ଆସନ୍ତାକାଲି(ଗୁରୁବାର ) କଳାହାଣ୍ଡିର ଗଡଜାତ ଅଞ୍ଚଳରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପାଇଁ ଚଳଚଞ୍ଚଳ ସମଗ୍ର ଅଞ୍ଚଳ । ଅଧିକ ପଢନ୍ତୁ..

ଭବାନୀପାଟଣା: ରାତି ପାହିଲେ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳରେ ପାଳନ ହେବ ଗଣପର୍ବ ନୂଆଁଖାଇ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପାଖରେ ଗୁରୁବାର ସକାଳେ ନବାନ୍ନ ଲାଗି ଲଗ୍ନ ସ୍ଥିର ହୋଇଛି । ମା'ଙ୍କ ନିକଟରେ ନବାନ୍ନ ଲାଗି ପରେ ଗଡଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ମଦନପୁର, ରାମପୁର, ମାଣିକେଶ୍ବରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହେବ ନୂଆଁଖାଇ ପର୍ବ ।

ରାତି ପାହିଲେ ଗଡ଼ଜାତ ଅଞ୍ଚଳରେ ପାଳନ ହେବ ନୂଆଁଖାଇ

ଗୁରୁବାର ସକାଳ 8 ଘଟିକାରୁ 9 ଘଟିକା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମା' ମାଣିକେଶ୍ବରୀ ନିକଟରେ ନବାନ୍ନ ଲାଗି ହେବ । ସକାଳ 9ଟାରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ରହିବ । ଶୁକ୍ଲପକ୍ଷ ଦଶମୀ ତିଥିରେ ମା'ଙ୍କ ପାଖରେ ଏହି ନବାନ୍ନ ଲାଗି ହୋଇଥାଏ ।

ଏହାମଧ୍ୟ ପଢନ୍ତୁ:କଳାହାଣ୍ଡିରେ ଚାଲିଛି ନୂଆଁଖାଇ, ମାଣିକେଶ୍ବେରୀଙ୍କୁ ନବାନ୍ନ ଲାଗି ନେଇ ଧାର୍ଯ୍ୟ ହେଲା ଦିନ

ସକାଳ 10ଟା 36 ମିନିଟରୁ 12ଟା 44 ମଧ୍ୟରେ ସର୍ବସାଧାରଣ ନିଜ ନିଜ ଘରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଲଗ୍ନ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଗଡଜାତ ଅଞ୍ଚଳ । କିଏ ନୂଆ ଧାନ କିଣିବାରେ ବ୍ୟସ୍ତ ତ ଆଉ କିଏ ନୂଆ ଚୁଡା, ଗୁଡ କିଣିବାରେ ବ୍ୟସ୍ତ । କୃଷିଭିତ୍ତିକ ପର୍ବ ନୂଆଁଖାଇରେ ସବୁ କିଛି ନୂଆ ସାମଗ୍ରୀ ବ୍ୟବହାର ହେବା ନେଇ ପରମ୍ପରା ରହିଥିବାରୁ ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ ଜମୁଛି । ନୂଆଁଖାଇକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ବ୍ୟବସାୟକୁ ନେଇ ବେଶ୍ ଖୁସି ଅଛନ୍ତି । ଅନ୍ୟପଟେ କୋଭିଡ କଟକଣା ମଧ୍ୟରେ ନୂଆଁଖାଇ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.