କଳାହାଣ୍ଡିରେ ଚାଲିଛି ନୂଆଁଖାଇ, ମାଣିକେଶ୍ବେରୀଙ୍କୁ ନବାନ୍ନ ଲାଗି ନେଇ ଧାର୍ଯ୍ୟ ହେଲା ଦିନ

author img

By

Published : Sep 14, 2021, 10:54 PM IST

କଳାହାଣ୍ଡିରେ ଚାଲିଛି ନୂଆଁଖାଇ, ମାଣିକେଶ୍ବେରୀଙ୍କୁ ନବାନ୍ନ ଲାଗି ନେଇ ଧାର୍ଯ୍ୟ ହେଲା ଦିନ

କଳାହାଣ୍ଡିରେ ପର୍ଯ୍ୟାୟ କ୍ରମେ ପାଳନ ହେଉଛି ନୂଆଁଖାଇ । ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଅଧିକ ପଢନ୍ତୁ...

ଭବାନୀପାଟଣା: ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ନୂଆଁଖାଇ । ଏହି ପର୍ବ ସାରା ପଶ୍ଚିମ ଓଡିଶାରେ ଖୁବ୍ ଧୁମଧାମରେ ହେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ରହିଛି କିଛି ନିଆରା ପରମ୍ପରା । କଳାହାଣ୍ଡିରେ ପର୍ଯ୍ୟାୟ କ୍ରମେ ପାଳନ ହୁଏ ନୂଆଁଖାଇ । ପ୍ରଥମେ ସପ୍ତପୁରୀ ଅମାବାସ୍ୟା ପର ଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର 5 ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି ।

କଳାହାଣ୍ଡିରେ ଚାଲିଛି ନୂଆଁଖାଇ, ମାଣିକେଶ୍ବେରୀଙ୍କୁ ନବାନ୍ନ ଲାଗି ନେଇ ଧାର୍ଯ୍ୟ ହେଲା ଦିନ

ପରେ ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୁଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳିତ ହୋଇଥାଏ ନୂଆଁଖାଇ । ଏହି ମହାନ ପରମ୍ପରା ଅବସରରେ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଛି ।

ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ ଘଟିକାରୁ ୯ ଘଟିକା ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ଠାରେ ଲାଗି ହେବ ନବାନ୍ନ । ପରେ ସର୍ବସାଧାରଣ ଦିନ ୧୦ ଘଟିକା ୩୬ ମିନିଟରୁ ୧୨ ଘଟିକା ୪୪ ମିନିଟ ମଧ୍ୟରେ ନୂଆଁଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି । ଏନେଇ କଳାହାଣ୍ଡି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଲଗ୍ନ ଘୋଷଣା ପରେ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.