ମାଁ ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ

author img

By

Published : Sep 16, 2021, 8:22 PM IST

ମାଁ ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ

କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ଲାଗି ହୋଇଛି ନବାନ୍ନ । ଫଳରେ କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି(ଗୁରୁବାର) ପାଳିତ ହୋଇଛି ଗଣପର୍ବ ନୂଆଁଖାଇ। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ ଘଣ୍ଟାରୁ ୯ ଘଣ୍ଟା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମା’ ଙ୍କ ନିକଟରେ ନବାନ୍ନ ଲାଗିପରେ ସକାଳ ୯ ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା।

ମାଁ ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ

ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।


ମନ୍ଦିରରୁ ଭୋଗ ନେଇ ଘରେ ଘରେ ନିଜ ପରିବାର ଗହଣରେ ନୂଆଁଖାଇ ପାଳିଥିଲେ ସମଗ୍ର ଗଡ଼ଜାତ ଅଞ୍ଚଳବାସୀ। ଖିରି ପୁରୀ ପିଠାପଣାରେ ଏବେ ମହକି ଉଠୁଛି ଗାଁଠୁ ସହର। ଜୁହାର ଭେଟ ସହ ନାଚଗୀତରେ ମସଗୁଲ ହୋଇଛନ୍ତି ଗଡ଼ଜାତ ଅଞ୍ଚଳବାସୀ। ଏହାସହ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇରେ ଦେଖିବାକୁ ମିଳିଛି ଭାଇଚାରାର ନିଛକ ଉଦାହରଣ। ଯଦିଓ ଶିଖ୍ ସମ୍ପ୍ରଦାୟରେ ନୂଆଖାଇ ପର୍ବ ପାଳନ ହେଉନି ବେଳେ କିନ୍ତୁ ଏଠାରେ କିଛି ଶିଖ୍ ସମ୍ପ୍ରଦାୟର ପରିବାର ସାମୂହିକ ଭାବେ ପାଳିଥିଲେ ନୂଆଁଖାଇ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.