ପୋଲିସ ଅଫିସରଙ୍କ ପତ୍ନୀଙ୍କ ଠାରୁ ଛୁରୀ ଦେଖାଇ ଲୁଟିନେଲେ

author img

By

Published : Sep 20, 2022, 11:53 AM IST

Updated : Sep 20, 2022, 2:00 PM IST

କଳାହାଣ୍ଡିରେ ମାତିଲେ ମହିଳା ଲୁଟେରା, SIଙ୍କ ପତ୍ନୀଙ୍କୁ ଛୁରୀ ଦେଖାଇ ଲୁଟ

ମାଲକାନଗିରି ଥାନା ଏସଆଇଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ରୂପା ଓ ଟଙ୍କା ଧରି ଚମ୍ପଟ ମାରିଲେ ମହିଳା ଲୁଟେରା । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଲୁଟ କାରବାର । ସେ ଦିନ ହେଉ କି ରାତି ନୂଆ ନୂଆ ପନ୍ଥା ଆପଣାଇ ଲୁଟ କରୁଛନ୍ତି ଲୁଟେରା । କେତେବେଳେ ଘରର ତାଲା ଭାଙ୍ଗିତ ପୁଣି କେତେବେଳେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବାରୁ ଚିନ୍ତାରେ କଳାହାଣ୍ଡିବାସୀ । କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରୀପଡା ଗାଁରେ ମାରଣାସ୍ତ୍ର ଦେଖାଇ ପୋଲିସ ଏସଆଇଙ୍କ ଘରୁ ଡକାୟତି ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

କଳାହାଣ୍ଡିରେ ମାତିଲେ ମହିଳା ଲୁଟେରା, SIଙ୍କ ପତ୍ନୀଙ୍କୁ ଛୁରୀ ଦେଖାଇ ଲୁଟ

ଘରେ ଏକୁଟିଆ ଥିବାବେଳେ ଏସଆଇଙ୍କ ପତ୍ନୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ମହିଳା ଲୁଟେରା ସୁନା ରୂପା ଓ ଟଙ୍କା ଧରି ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଖଜୁରୀପଡ଼ା ଗାଁର ଅଶ୍ବିନୀ ପ୍ରଧାନ ମାଲକାନଗିରି ଥାନାରେ ପୋଲିସ ଏସ୍‌ଆଇ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପତ୍ନୀ କଳାହାଣ୍ଡି ଖଜୁରୀପଡା ଗାଁରେ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ସୋମବାର ଜଣେ ମହିଳା ଡକାୟତ ମୁହଁରେ ମୁଖା ପିନ୍ଧି ତାଙ୍କ ଘରକୁ ପ୍ରବେଶ କରିଥିଲା ।

ଏହାପରେ ମହିଳା ଜଣଙ୍କୁ ଛୁରୀ ଦେଖାଇ ଡରାଇବା ପରେ ସୁନା ରୂପା ଓ ଟଙ୍କା ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ଏନେଇ ଏସଆଇଙ୍କ ପତ୍ନୀ କେସିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି କେସିଙ୍ଗା ପୋଲିସ । ତେବେ କିଏ ଏହି ମହିଳା ଲୁଟେରା ଜଣଙ୍କ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଯାଜପୁରରେ ଓଲଟିଲା ଉତ୍ତରପ୍ରଦେଶ ଟୁରିଷ୍ଟ ବସ୍‌, ୧୯ ଆହତ

ଗତ ଜୁନ ମାସରେ ଗୋପାଳପୁର ଗାଁର ଭୂପିନ୍ଦର ରଣା ରାମପୁର ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବାବେଳେ ଦୁର୍ବୃତ୍ତମାନେ ଆସି ପଛପଟୁ ଆକ୍ରମଣ କରିଥିଲେ । ଭୂପିନ୍ଦର ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଭୂପିନ୍ଦରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ଭୂପିନ୍ଦର ରଣା ଦିନ ପ୍ରାୟ ଦୁଇଟା ସମୟରେ ରାମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୬ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ବାଇକରେ ମଦନପୁରର ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ନେଇ ଯାଉଥିଲେ । ସେହି ସମୟରେ ବାଇକରେ ୩ ଜଣ ଦୁର୍ବୃତ୍ତ ଭୂପିନ୍ଦରଙ୍କୁ ପିଛା କରି ନିଛାଟିଆ ଜାଗା ଦେଖି ଗାଡି ପଛ ପଟୁ ଧକ୍କା ଦେଇଥିଲେ । ଏହାପରେ ଟଙ୍କା ଧରି ଫେରାର ହୋଇଯାଇଥିଲେ ।

Last Updated :Sep 20, 2022, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.