ମାତିଲେ ଦୁର୍ବୃତ୍ତ, ରାତି ଅଧରେ ଘରେ ପଶି ଜାଳି ଦେଲେ ୧୦ ଗାଡି

author img

By

Published : Sep 28, 2022, 6:18 PM IST

Updated : Sep 28, 2022, 6:28 PM IST

ରାତି ଆଧରେ ୧୦ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଘର ଆଗରେ ଥିବା ୧୦ଟି ଗାଡ଼ିକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ପୋଡ଼ି ଯାଇଥିବା ଗାଡ଼ି ଗୁଡିକ ସମ୍ପୃକ୍ତ ଗୃହକର୍ତ୍ତା ଓ ଭଡ଼ାଟିଆଙ୍କର । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ବିଳମ୍ବିତ ରାତିରେ ମାତିଲେ ଦୁର୍ବୃତ୍ତ । ରାତି ଅଧରେ ଘରେ ପଶି ଜାଳିଦେଲେ ୧୦ ଗାଡି । ଭାଙ୍ଗି ଦେଲେ ସିସିଟିଭି କ୍ୟାମେରା । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଇରିଗେସନ କଲୋନୀ ଲେନ ନଂ ୧୭ରେ ।

ସୂଚନାନୁସାରେ ଇରିଗେସନ କଲୋନୀରେ ରହୁଥିବା ରୋଶନ ପାଣ୍ଡେଙ୍କ ଘର ଭିତର ପାର୍କିଂରେ ଥିବା ୭ଟି ବାଇକ ୩ଟି କାରକୁ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ଜାଳି ଦେଇଛନ୍ତି । ତେବେ ପାର୍କିଂରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ଏହି ଘଟଣାରେ ପାର୍କିଂରେ ଥିବା ଘର ମାଲିକଙ୍କ ଗାଡ଼ି ସମେତ ଭଡାଟିଆଙ୍କ ଗାଡିକୁ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ ।

ମାତିଲେ ଦୁର୍ବୃତ୍ତ, ରାତି ଅଧରେ ଘରେ ପଶି ଜାଳି ଦେଲେ ୧୦ ଗାଡ଼ି

ଘର ମାଲିକଙ୍କ କହିବା ଅନୁଯାୟୀ, ''ଗତକାଲି (ମଙ୍ଗଳବାର) ରାତି ୧୨ଟାଯାଏଁ ସବୁ କିଛି ଠିକଠାକ ଥିଲା । ତେବେ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ହଠାତ୍‌ ଜୋର ସେ ଶବ୍ଦ ଶୁଭିଲା । ଏହାପରେ ତୁରନ୍ତ ସିସିଟିଭି ଦେଖିଲା ବେଳକୁ କିଛି ଦୁର୍ବୃତ୍ତ ଆସି ପାର୍କିଂରେ ଥିବା ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଯେଉଁଥିରେ କି ପାର୍କିଂରେ ଥିବା ମୋ ଗାଡ଼ି ସହ ଭଡ଼ାଟିଆଙ୍କ ଗାଡ଼ି ଜଳିଥିଲା''। ତୁରନ୍ତ ଘରମାଲିକ ବାହାରକୁ ବାହାରି ଦେଖିଲା ବେଳକୁ ପାର୍କିଂରେ ଥିବା ସମସ୍ତ ଗାଡି ହୁତୁହୁତୁ ହୋଇ ଜଳିଯାଉଛି।

ଏନେଇ ଘର ମାଲିକ ସମସ୍ତ ଭଡାଟିଆଙ୍କୁ ଡାକିବା ପରେ ସମସ୍ତେ ମିଶି ନିଆଁକୁ ଆୟତ୍ତ କରିବାକୁ ଲାଗିଥିଲେ । ଏହାସହ ପୋଲିସ ଓ ଅଗ୍ନିକାଣ୍ଡ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସମସ୍ତ ଗାଡ଼ି ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ସିସିଟିଭି ଫୁଟେଜ ଆଧାରରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ଭବାନୀପାଟଣା ଟାଉନ ଥାନା ପୋଲିସ । ତେବେ କିଏ ଓ କାହିଁକି ଏହି ପାର୍କିଂ ସ୍ଥାନରେ ନିଆଁ ଲଗାଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Sep 28, 2022, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.