ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା , ୨ ଜଣ ଗିରଫ

author img

By

Published : Dec 2, 2022, 7:49 PM IST

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା , ୨ ଜଣ ଗିରଫ

ଭାଇ ସାଜିଲା ଭଗାରୀ । ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପଥରରେ ଛେଚି ଭାଇକୁ ହତ୍ୟା କଲା ଭାଇ। । ଅଧିକ ପଢନ୍ତୁ

ଭବାନୀପାଟଣା: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପଥରରେ ଛେଚି ଭାଇକୁ ହତ୍ୟା କଲା ଭାଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ହତ୍ୟାକାଣ୍ଡ । ତେବେ ମୃତ ଯୁବକ ଜଣକ ହେଉଛନ୍ତି ମହୁଲମୁଣ୍ଡା ଗାଁର ଦୟାନିଧି ଦୁଣ୍ଡକିଆ ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୯ ତାରିଖ ଦିନ ଦୟାନିଧି ନିଜ ଚାଷ ଜମିରେ ଧାନ କଟା ଚାଲୁଥିବାରୁ ସେ ନିଜ ଜମିକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ମିଳିଥିଲା ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ । ଯାହାକୁ ନେଇ ହତ୍ୟା ଅଭିଯୋଗ ଆଣିଥିଲେ ମୃତ ଦୟାନିଧିଙ୍କ ପତ୍ନୀ ।

ଅନ୍ୟପଟେ ପୋଲିସର ସୂଚନା ଅନୁଯାୟୀ ଦୀର୍ଘ ଦିନ ହେଲା ଦୟାନିଧି ଦୁଣ୍ଡକିଆ ଓ ତାଙ୍କ ସମ୍ପର୍କୀୟ ଦୁଇ ଭାଇଙ୍କ ସହ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଯାହାକୁ ନେଇ ଦୟାନିଧି ନିଜ ପରିବାରକୁ ନେଇ ଚିଲିଗୁଡାରେ ରହୁଥିଲେ । ହେଲେ ଚାଷ ଜମି ଗାଁରେ ଥିବା କାରଣରୁ ଚାଷ କାମ ସମୟରେ ସେ ଗାଁକୁ ଯାଉଥିଲେ । ନିଜ ଜମିରେ ଫଳିଥିବା ଧାନ କଟା କାମ ଚାଲିଥିବାରୁ ସେ ଗତ ୨୯ ତାରିଖ ଦିନ ସନ୍ଧ୍ୟାରେ ଜମିକୁ ଯାଇ ଆଉ ଫେରି ନଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ନିଜ ଚାଷ ଜମି ନିକଟରେ ଥିବା ଧାନ ଖଳାରେ ଦୟାନିଧିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୟାନିଧିଙ୍କ 2ଜଣ ସମ୍ପର୍କୀୟ ଭାଇ ରୂପଧର ଦୁଣ୍ଡକିଆ ଓ ଦେବରାଜ ଦୁଣ୍ଡକିଆ ତାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଅନୁଯାୟୀ ଆଜି 2ଭାଇ ପୋଲିସ ନିକଟରେ ସମସ୍ତ ଘଟଣାକୁ ପ୍ରକାଶ କରିବା ପରେ ପୋଲିସ 2 ଅଭିଯୁକ୍ତ ଭାଇ ଦେବରାଜ ଦୁଣ୍ଡକିଆ ଓ ରୂପଧର ଦୁଣ୍ଡକିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.