ବାରହା ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ

author img

By

Published : Sep 17, 2022, 4:36 PM IST

man dies of electric shock in kalahandi

ବାରହା ଶିକାର ପାଇଁ ବିଚ୍ଛା ଯାଇଥିଲା ବିଦ୍ୟୁତ ତାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ । ଅନ୍ୟଜଣେ ଗୁରୁତର ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ।

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବାରହା ଶିକାର ପାଇଁ ବିଚ୍ଛା ଯାଇଥିଲା ବିଦ୍ୟୁତ ତାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ । ବାରହା ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଚ୍ଛାଇ ଥିଲେ ଶିକାରୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବିଦ୍ୟୁତ ତାର ବିଚ୍ଛାଇଥିବା ଦୁର୍ବୃତ୍ତଙ୍କୁ ଖୋଜୁଛି ।

ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ

ସୂଚନା ଅନୁଯାୟୀ, ଜିଲ୍ଲାର ମଦନପୁର ରାମପୁର ସଞ୍ଜୀବ ରଣା ଓ ସୁରେନ୍ଦ୍ର ବାଗ ବୋଲେରୋ ପିକଅପ ଯୋଗେ ଛତିଗୁଡା ଯାଉଥିଲେ । ଏହି ସମୟରେ ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଗାଁ ନିକଟରେ ଥିବା ଏକ ପୋଖରୀକୁ ସଞ୍ଜୀବ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ପୋଖରୀ ହୁଡାରେ ବାରହା ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ସଞ୍ଜୀବ । ଘଟଣା ସ୍ଥଳରେ ହିଁ ସଞ୍ଜୀବଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୀର୍ଘ ସମୟ ଧରି ସଞ୍ଜୀବ ନ ଫେରିବାରୁ ତାଙ୍କ ସହ ବୋଲେରୋ ପିକଅପରେ ଯାଇଥିବା ଡ୍ରାଇଭର ସୁରେନ୍ଦ୍ର ବାଗ ତାଙ୍କୁ ଖୋଜିବାକୁ ଯାଇଥିଲେ । ତେବେ ସୁରେନ୍ଦ୍ର ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିଲା ଦୁର୍ବୃତ୍ତ, ଶିକାର ବନିଗଲେ ଯୁବକ

ସୁରେନ୍ଦ୍ରଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ସୁରେନ୍ଦ୍ରଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁରେନ୍ଦ୍ର ବାଗଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ସେପଟେ ଏନେଇ ଖବର ପାଇ ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ୨୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରଜୋର ଗାଁରେ ବାରହା ପାଇଁ ବିଚ୍ଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ 25 ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସୂଚନାମୁତାବକ, ଲଳିନ୍ଦ୍ର କାଲୋ ନାମକ ଜଣେ ଯୁବକ ବାରହା ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ସୁବାଷ ପ୍ରଧାନ ନାମକ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.