ଏମିତି ବି ଆସେ ମୃତ୍ୟୁ ! ଘରକୁ ଫେରିବା ବେଳେ ବସଷ୍ଟାଣ୍ଡରେ ଟଳିପଡିଲେ ଯୁବକ

author img

By

Published : Sep 24, 2022, 9:08 AM IST

ଘରକୁ ଫେରିବା ବେଳେ ବସଷ୍ଟାଣ୍ଡରେ ଟଳିପଡିଲେ ଯୁବକ

ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ୱାମୀ ଓ ସ୍ତ୍ରୀ । ଘରକୁ ଫେରିବା ସମୟରେ ବସରୁ ଓହ୍ଲେଇ ଟଳି ପଡିଲେ ସ୍ବାମୀ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଆମପାଣି ବସଷ୍ଟାଣ୍ଡରୁ। ଅଧିକ ପଢନ୍ତୁ

ଭବାନୀପାଟଣା: ମଣିଷ ପରିସ୍ଥିତିର ଦାସ । କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ସେଇଟା ହିଁ ଭଗବାନ ନିର୍ଣ୍ଣୟ କରିଥାନ୍ତି । ମୃତ୍ୟୁ କେତେବେଳେ ଆସି ସାମ୍ନାରେ ପହଞ୍ଚିବ ତାହା ସମସ୍ତଙ୍କୁ ଅଜଣା । ଏମିତି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ୱାମୀ ଓ ସ୍ତ୍ରୀ । ଘରକୁ ଫେରିବା ସମୟରେ ବସରୁ ଓହ୍ଲେଇ ଟଳିପଡିଲେ ସ୍ବାମୀ । ହାଇଦ୍ରାବାଦରୁ ବସ ଯୋଗେ ଆସି ଆମପାଣି ବସଷ୍ଟାଣ୍ଡରେ ଆସି ଓହ୍ଲାଇବା ପରେ ହଠାତ୍ ଟଳିପଡିଲେ ବ୍ୟକ୍ତି ଜଣକ । ମୃତକ ହେଲେ ଜୁନାଗଡ଼ ବ୍ଲକ ତାଳପଦର ଗାଁର ଜଳଧର ନିଆଲ ।

ଏହା ମଧ୍ୟ ପଢନ୍ତୁ: ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

ଘରକୁ ଫେରିବା ବେଳେ ବସଷ୍ଟାଣ୍ଡରେ ଟଳିପଡିଲେ ଯୁବକ

ସୂଚନାଅନୁସାରେ, ଗତ ଦୁଇମାସ ତଳେ ଜୁନାଗଡ଼ ବ୍ଲକ ତାଳପଦର ଗାଁର ଜଳଧର ନିଆଲ ଓ ତାଙ୍କ ସ୍ତ୍ରୀ ସୁଶିଳା ନିଆଲ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ଦୁଇ ମାସ ଧରି ସେଠାରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସରେ ଆମପାଣି ବସଷ୍ଟାଣ୍ଡରେ ଓହ୍ଲାଇଥିଲେ । ତେବେ କିଛି ସମୟ ଧରି ସେଠାରେ ଛିଡା ହେବାପରେ ଜଳଧର ନିଆଲ ତଳେ ପଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଦୌଡ଼ି ଆସି ଦେଖିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଗତ ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲାରୁ 2 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁଇଜଣଙ୍କ ମଧ୍ୟରୁ ଜଣକର ପରିଚୟ ମିଳିପାରିଥିବାବେଳେ ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ଡୁଙ୍ଗରିପଦର ଗାଁର ଡମ୍ବରୁଦଧର ପରାଭୋଇ ।

ସୂଚନା ଅନୁଯାୟୀ, ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଡୁଙ୍ଗରିପଦର ଗାଁର ଡମ୍ବରୁଦଧର ପରାଭୋଇ ଗୁରୁବାର କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ପାଷ୍ଟିଗୁଡି ନିକଟରେ ନିର୍ମାଣଧିନ ରାସ୍ତାର ଖଳାରେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ଖବରପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଅବଗତ କରାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.