ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

author img

By

Published : Oct 19, 2021, 1:01 PM IST

Updated : Oct 19, 2021, 2:22 PM IST

ଶିକ୍ଷୟତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା । ମହାଲିଙ୍ଗ ଷ୍ଟାଡିୟମର ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି ଆସିଛି ନୂଆ ଟ୍ବିଷ୍ଟ । ଆଜି(ମଙ୍ଗଳବାର) ସକାଳେ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମରୁ ଖୋଳାଖୋଳି ଆରମ୍ଭ ହୋଇଥିବା ବେଳେ ୩ ଘଣ୍ଟା ପରେ ମିଳିଛି ଏକ ଅର୍ଦ୍ଧଦଗ୍ଧ ମୃତଦେହ । ତେବେ ଏହା ମମିତାଙ୍କର ମୃତଦେହ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତଦେହର ପରିଚୟ ମିଳିବ ।

ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: ମାଟି ତଳୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ପୋଲିସ ଆଜି ସକାଳେ ମହାଲିଙ୍ଗ ସ୍ଥିତ ନିର୍ମାଣଧୀନ ମିନି ଷ୍ଟାଡିୟମରେ ତଦନ୍ତ ପାଇଁ ପହଞ୍ଚିଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ନିର୍ମାଣଧୀନ ଷ୍ଟାଡିୟମରେ ନିୟୋଜିତ ଥିବା ଜେସିବିର ଅପରେଟରକୁ ପୋଲିସ ପଚରାଉଚରା କରିଥିଲା । ଅପରେଟରର ଖବରକୁ ଆଧାର କୌଣସି ଅଘଟଣ ଘଟି ନିଖୋଜ ଶିକ୍ଷୟତ୍ରୀଙ୍କୁ ମାରିଦେଇ ମାଟିରେ ପୋତାଯାଇଥିବା ଅନୁମାନ କରାଯାଉଛି । ପୋତା ଯାଇଥିବା ମାଟିକୁ ଖୋଲିବା ପାଇଁ ଏକ ଜେସିବି ଅଣାଯାଇ ବର୍ତ୍ତମାନ ମାଟି ଖୋଳା ଚାଲିଛି ଏବଂ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ବଲାଙ୍ଗୀର ଅତିରିକ୍ତ SP, କଣ୍ଟାବାଞ୍ଜି SDPO, ସିନ୍ଧେକେଲା ଥାନା IIC, କେଗାଁ ଥାନା IIC ଓ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଅନ୍ୟପଟେ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼ ବେରେକରୁ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ପୋଲିସ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି । ବର୍ତ୍ତମାନ ପଡିଆ ମଧ୍ୟରେ ମାଟି ଖୋଳାକୁ ତ୍ବାରାନ୍ବିତ କରାଯାଇଥିବା ବେଳେ ପବ୍ଲିକ ସ୍କୁଲ ଠାରୁ ପଡିଆର ଦୂରତା ପ୍ରାୟ ଏକ କିଲୋମିଟର ରହିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ମୋଷ୍ଟ ୱାଣ୍ଟେଡ ବୋଲି ଘୋଷଣା କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated :Oct 19, 2021, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.