ମମିତାଙ୍କ ନ୍ୟାୟ ଦାବିରେ ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି

author img

By

Published : Oct 19, 2021, 9:42 PM IST

ମମିତାଙ୍କ ନ୍ୟାୟ ଦାବିରେ କଳାହାଣ୍ଡ ବନ୍ଦ ଡାକରା ଦେଲା ବିଜେପି

ବୁଧବାର କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ମମିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଜୋର ଧରିଛି ରାଜନୀତି । ତାତିଲେଣି ବିରୋଧୀ । ଏହାରି ମଧ୍ୟରେ ବୁଧବାର କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ମମିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

କଳାହାଣ୍ଡି ବନ୍ଦ ଡାକରା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ତଦନ୍ତରେ ବାଧା ଉପୁଜିପାରେ ବୋଲି କହି ବିଜେପି ତାଙ୍କ ଇସ୍ତଫା ଦାବି କରୁଛି ।

ସେପଟେ ଘଟଣାରେ ମୁଖ୍ୟ ଅଭିଯକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀରରୁ ପୁଣିଥରେ ଗିରଫ କରିସାରିଛି ପୋଲିସ । ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରହିଛି ଗୋବିନ୍ଦ । ବଲାଙ୍ଗୀର ପୋଲିସ ବାରାକରୁ ଚମ୍ପଟ୍‌ ମାରିଥିଲା ଗୋବିନ୍ଦ ସାହୁ । ଏପଟେ ଶିକ୍ଷୟିତ୍ରୀ ନିଖୋଜ ଘଟଣାର ତଦନ୍ତ ବେଳେ ସନ୍‌ସାଇନ୍ ପବ୍ଲିକ ସ୍କୁଲ ନିର୍ମାଣଧୀନ ମିନି ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏହି ମୃତଦେହ କାହାର ତାହାକୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ ।

ମମିତା ମେହେର ପିନ୍ଧିଥିବା ସୁନା ଚେନ, ବ୍ରେସ୍‌ଲେଟ ଗଳିତ ମୃତଦେହରୁ ଜବତ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଏହି ମୃତଦେହ ବିଷୟରେ କିଛି ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.