ଦାଦନ ଖଟିବାକୁ ଯାଇ ଗୋଆରେ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରି ପାରିଲାନି ମୃତଦେହ

author img

By

Published : Nov 20, 2022, 2:00 PM IST

ଶ୍ରମିକଙ୍କ ମୃତ୍ୟୁ

ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଗାଁରେ। ଗୋଆକୁ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ପରେ ମଧ୍ୟ ଗ୍ରାମକୁ ଫେରିପାରିଲାନି ମୃତଦେହ । ଗୋଆରେ ଅନ୍ତିମ ସଂସ୍କାର କରିଲେ ସାଙ୍ଗସାଥି । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଦାଦନ ଦୁଃଖ । ପରିବାର ପେଟକୁ ଦାନା ଯୋଗାଇବା ପାଇଁ ଘର ଛାଡି ବାହାରେ କାମ କରିଥାଏ ଶ୍ରମିକ । ହେଲେ କୌଣସି ନା କୌଣସି କାରଣ ପାଇଁ ସେମାନେ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଗାଁର ପରମାନନ୍ଦ ଲହାଜଳ ଗୋଆକୁ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ମଧ୍ୟ ଗ୍ରାମକୁ ଫେରିପାରିଲାନି ମୃତଦେହ ।

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: IND vs NZ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଗାଁର ପରମାନନ୍ଦ ଲହାଜଳ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଗତ ଗୋଟିଏ ମାସ ତଳେ ନିଜ ଅଞ୍ଚଳରେ କାମ ଧନ୍ଦା ଅଭାବ ଯୋଗୁଁ ପରିବାର ପ୍ରତିପୋଷଣ କରିବା ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ଭାବରେ କାମ ମଧ୍ୟ ପାଇଥିଲେ । ପ୍ରତ୍ୟେକ ଦିନ ଭଳି ଗତକାଲି ମଧ୍ୟ କାର୍ଯ୍ୟସ୍ଥଳକୁ ଯାଇଥିଲେ ପରମାନନ୍ଦ । ସେଠାରେ କାମ କରୁଥିବା ସମୟରେ ଅସୁସ୍ଥ ଅନୁଭବ କରିବା ସହ ତଳେ ପଡି ଯାଇଥିଲେ। ନିକଟରେ ଥିବା ସାଥି ଶ୍ରମିକ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନାକୁ ନେଇ ଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାଥି ଶ୍ରମିକ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଓ ସଂପୃକ୍ତ ଠିକ ସଂସ୍ଥା ମାଲିକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ମୃତଦେହ ଫେରାଇ ଆଣିବା ପାଇଁ ସମ୍ପୃକ୍ତ ଠିକ ସଂସ୍ଥା ମାଲିକଙ୍କୁ ନିବେଦନ କରିଥିଲେ ହେଁ ସେ ସିଧାସଳଖ ମନା କରିଦେଇଥିବା କହିଛନ୍ତି ପରିବାର ଲେକେ ।

ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା କାରଣରୁ ପରମାନନ୍ଦଙ୍କ ସାଥିରେ ଯାଇଥିବା ନିଜ ଅଞ୍ଚଳର କିଛି ଶ୍ରମିକ ଗୋଆରେ ହିଁ ପରମାନନ୍ଦଙ୍କ ଅନ୍ତିମ ସତ୍କାର କରିଥିଲେ । ଶେଷ ବେଳକୁ ମଧ୍ୟ ପରମାନନ୍ଦଙ୍କୁ ଦେଖିପାରିନଥିଲେ ପରିବାର ଲେକେ । ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପରମାନନ୍ଦଙ୍କ ପରିବାରରେ ସ୍ତ୍ରୀ, 2 ପୁଅ ଓ ଝିଅ ରହିଛନ୍ତି । ଏବେ ତାଙ୍କର ମୃତ୍ୟୁ ପରେ ପରିବାର ଏବେ ବେସାହାରା । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେଲେ ହୁଏତ ଏହି ପରିବାର କିଛି ଦିନ ପାଇ ନିଜ ଜୀବନଯାପନ କରିପାରିବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.