ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ଫେରିଲାଣି ୪ ମୃତଦେହ

author img

By

Published : Nov 30, 2022, 9:24 AM IST

ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ଥମିବାର ନାଁ ନେଉନାହିଁ ଦାଦନ ଶ୍ରମିକ ମୃତ୍ୟୁ । ଆନ୍ଧ୍ରପ୍ରଦେଶ କାମ କରିବାକୁ ଯାଇ ଫେରିଲା ମୃତଦେହ । ଅଧିକ ପଢନ୍ତୁ

ଭବାନୀପାଟଣା: କମୁନି ଦାଦନ ଦୁଃଖ । କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କାହାର ମୃତଦେହ ଫେରୁଛି ତ କିଏ ବିକଳାଙ୍କ ହୋଇ ଫେରୁଛି । କଳାହାଣ୍ଡି ଜିଲ୍ଲାରେ ଗୋଟିଏ ମାସ ମଧ୍ୟରେ ୪ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି ।

ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: Kendrapara firecracker mishap: ୧୨ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧଅଁରାମାଲଗାଁର ବିକାଲ ବାଗ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟର ଆନନ୍ଦପଲ୍ଲୀରେ ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ଭାବରେ କାମ କରିବାକୁ ଯାଇଥିଲେ । ସବୁଦିନ ଭଳି ସୋମବାର ଦନ ମଧ୍ୟ ସେ କାମ ପାଇଁ ବାହିରିଥିଲେ । ଠିକ ସଂସ୍ଥା ପକ୍ଷରୁ ରାସ୍ତା କାମରେ ନିୟୋଜିତ ହୋଇଥିଲେ ଦାଦନ ଶ୍ରମିକ ବିକାଲ ବାଗ । ସକାଳୁ ସକାଳୁ କାମ କରୁଥିବା ସମୟରେ ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବିକାଲଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସାଥି ଶ୍ରମିକ ସମ୍ପୃକ୍ତ ଠିକ ସଂସ୍ଥା ମାଲିକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ଠିକ ସଂସ୍ଥା କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।ଏହା ସହ ଏକ ଆମ୍ବୁଲାନ୍ସ ଯୋଗେ ବିକାଲ ବାଗଙ୍କ ମୃତଦେହ ତାଙ୍କ ଗାଁକୁ ପଠାଇ ଦେଇଥିଲେ । ମଙ୍ଗଳବାର ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ବିକାଲ । ରୋଜଗାରିଆ ପୁଅକୁ ହରାଇ ପରିଣତ ବୟସରେ ବୃଦ୍ଧା ବାପା ମାଆ ଭାଙ୍ଗି ପଡିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.