ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ବିବାହ କରାଇଥିଲା ସ୍ବାମୀ, ହରିୟାଣାରୁ ଉଦ୍ଧାର ହେଲେ ମହିଳା

author img

By

Published : Nov 23, 2022, 8:45 AM IST

Updated : Nov 23, 2022, 12:52 PM IST

ଅନ୍ୟ ପୁରୁଷ ସହ ସ୍ତ୍ରୀକୁ ବିବାହ କରାଇଥିଲା ସ୍ବାମୀ, ହରିୟାଣାରୁ ଉଦ୍ଧାର ହେଲେ ମହିଳା

ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳର ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ଅନ୍ୟ ରାଜ୍ୟରେ ଜଣକୁ ବିବାହ କରିଦେବା ଘଟଣା । ହରିୟାଣାରୁ ମହିଳାଙ୍କୁ ଉଦ୍ଧାର କରିଛି ନର୍ଲା ପୋଲିସ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳର ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ଅନ୍ୟ ରାଜ୍ୟରେ ଜଣକୁ ବିବାହ କରିଦେବା ଘଟଣା । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ବାମୀ ନିଜ ସ୍ତ୍ରୀକୁ ବିକ୍ରି କରି ଅନ୍ୟ ଜଣେ ଅଚିହ୍ନା ପୁରୁଷର ହାତ ଧରେଇ ନିଜେ ମୁକ୍ତ ହେବା ଭଳି ବିରଳ ଘଟଣା ସାମ୍ନାକୁ ଆସିଥିଲା । ହରିୟାଣାରୁ ମହିଳାଙ୍କୁ ଉଦ୍ଧାର କରିଛି ନର୍ଲା ପୋଲିସ ।

ହରିୟାଣାରୁ ଉଦ୍ଧାର ହେଲେ ମହିଳା

ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ମାସ ୩୦ ତାରିଖ ଦିନ ଦାଦନ ଖଟିବାକୁ ସ୍ବାମୀ ସ୍ତ୍ରୀ ଦୁହେଁ ଦିଲ୍ଲୀକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ମୁଣ୍ଡା ଗାଁର ସ୍ବାମୀ କ୍ଷୀରା ବେରୁକ୍ ହରିୟାଣାର ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ବିବାହ କରିଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲା । ଗତ ୫ ତାରିଖ ଦିନ ପୂର୍ଣ୍ଣିମା ଏ ବିଷୟରେ ବାପା କୁଳମଣି ଭୋଇଙ୍କୁ ଫୋନ୍ କରି ସବୁକଥା କହିଥିଲେ । ପରେ ୬ ତାରିଖ ମଙ୍ଗବାର କୁଳମଣି ଭୋଇ ନିଜର ଜ୍ବାଇଁ କ୍ଷୀରାଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ନର୍ଲା ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ କ୍ଷୀରାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ପୋଲିସ ଟିମ ପୂର୍ଣ୍ଣିମାଙ୍କୁ ଉଦ୍ଧାର କରିବା ପାଇଁ ହରିୟାଣା ଯାଇଥିଲେ । ସେଠାରେ ବିବାହ କରିଥିବା ଦ୍ବିତୀୟ ସ୍ବାମୀ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ଦ୍ବିତୀୟ ସ୍ବାମୀଙ୍କ ଘରୁ ପୂର୍ଣ୍ଣିମାଙ୍କୁ ଉଦ୍ଧାର କରି ନର୍ଲା ଆଣିଛି ପୋଲିସ । ଏହାପରେ ସମ୍ପୂର୍ଣ୍ଣ ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପୂର୍ଣ୍ଣିମା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Nov 23, 2022, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.