କଳାହାଣ୍ଡିରେ ଆଜି ନୁଆଁଖାଇ, ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

author img

By

Published : Sep 16, 2021, 11:15 AM IST

ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା ନୂଆଖାଇ । ଶନିବାର ସାରା ପଶ୍ଚିମ ଓଡିଶାବାସୀ ନୂଆଁ ଖାଇ ଥିବାବେଳେ ଆଜି(ଗୁରୁବାର) କଳାହାଣ୍ଡିରେ ନୂଆଖାଇ ପାଳନ। ଏହି ଅବସରରେ ମାଣିକେଶ୍ବରୀଙ୍କଠାରେ ଲାଗି ହୋଇଛି ନବାନ୍ନ । ଅଧିକ ପଢନ୍ତୁ...

ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବ ମୁଖର ଗଡ଼ଜାତ ଅଞ୍ଚଳ । ନୂଆଁଖାଇ କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ ପରମ୍ପରା । ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ନୂଆଁଖାଇ ପାଳନ ହେଉଥିବାବେଳେ ଆଜି(ଗୁରୁବାର) କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି ।

କଳାହାଣ୍ଡିରେ ଆଜି ନୁଆଁଖାଇ, ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

ପୂର୍ବ ନିର୍ଦ୍ଧାରିତ ଲଗ୍ନ ଭାଦ୍ରବମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମାଁଙ୍କ ଠାରେ ନବାନ୍ନ ଲାଗି ହୋଇଛି । ମାଁଙ୍କ ନିକଟରେ ନବାନ୍ନ ଲାଗି ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଛି । ମନ୍ଦିରରୁ ଭୋଗ ନେଇ ନିଜ ନିଜ ପରିବାର ସହ ନୂଆଁଖାଇରେ ବ୍ୟସ୍ତ ଏବେ ସମସ୍ତ ଗଡ଼ଜାତ ଅଞ୍ଚଳବାସୀ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.