ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ

author img

By

Published : Oct 19, 2021, 6:15 PM IST

ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଦଳ । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମହାଳିଙ୍ଗ ଘରୋଇ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ଆଜି ଭବାନୀପାଟଣା ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ । ଦଳ ପକ୍ଷରୁ ଏହି ବିକ୍ଷୋଭ କରାଯିବା ସହ ସ୍ଥାନୀୟ ବିଧାୟକ ତଥ୍ୟ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶାଙ୍କର ମିଶ୍ରଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ଓ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ଦାବି କରାଯାଇଛି । କଂଗ୍ରେସ କର୍ମୀମାନେ ଭବାନୀପାଟଣା ଗାନ୍ଧି ଛକ ଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ କଳାହାଣ୍ଡି କଂଗ୍ରେସର ବିକ୍ଷୋଭ

ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ ଜେରା ସମୟରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା । ପରେ ଗତକାଲି ବିଳମ୍ବିତ ରାତିରେ ମହାଳିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ପୋଲିସ ଉଠାଇ ଆଣି ବୋର୍ଡା ଫାଣ୍ଡିରେ ଜେରା କରିଥିଲା । ଆଜି ସକାଳେ ମହାଳିଙ୍ଗ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେରେ ପୋଲିସ ଫୋର୍ସ ମୁତୟନ ହେବା ସହ ଜେସିବିରେ ମାଟି ଖୋଳାଯାଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତଦେହ ମିଳିଥିବାବେଳେ ଉକ୍ତ ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା ସରକାରୀ ଭାବେ ସ୍ପଷ୍ଟ କରାଯାଇନାହିଁ । ତେବେ ଉକ୍ତ ମୃତଦେହ ନିଖୋଜ ମମିତାଙ୍କର ଓ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବାର ସନ୍ଦେହ ବଢିବାରେ ଲାଗିଛି ।

ତେବେ ସ୍କୁଲ ମାଲିକ ଏହି ଜଘନ୍ୟକାଣ୍ଡ କରିଥିବାବେଳେ ଏଥିରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ପରିବାରବର୍ଗ । ଅଭିଯୋଗ ନେଇ ପରିବାର ପକ୍ଷରୁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖାଯିବା ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ତେବେ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସରକାରୀ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢାଇଛି କମିଶନରେଟ ପୋଲିସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.