ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଧାରଣା

author img

By

Published : Sep 21, 2021, 4:58 PM IST

ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଧାରଣା

ବୁଟିଗୁଡା ଗାଁକୁ ଯାଇଥିବା ଏକ ମାତ୍ର ରାସ୍ତା କାଦୁଅରେ ଭର୍ତ୍ତି ହୋଇଛି । ଏହାରି ଆଜିକାଲିର କଥା ନୁହେଁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି । ଏହାକୁ ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହଶହ ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ଭବାନୀପାଟଣା: ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ଯୋଡିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପୂର୍ବରୁ ବାଟବଣା ହେଉଛି ଏହିସବୁ ଲୋକାଭିମୁଖୀ ଯୋଜନା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବୁଟିଗୁଡା ଗାଁରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଯାହାକୁ ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହଶହ ଗ୍ରାମବାସୀ ।

ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଧାରଣା

ବୁଟିଗୁଡା ଗାଁକୁ ଯାଇଥିବା ଏକ ମାତ୍ର ରାସ୍ତା କାଦୁଅରେ ଭର୍ତ୍ତି ହୋଇଛି । ଏହାରି ଆଜିକାଲିର କଥା ନୁହେଁ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଛି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଗାଡ଼ି ମଟର ଯିବା ଆସିବା କରିବା ତ ଦୂରର କଥା ଚାଲିକି ଯିବା ସ୍ଥାନୀୟ ଲୋକଙ୍କ ପାଇଁ ମୁସ୍କିଲ୍‌ ହୋଇ ପଡ଼ୁଛି । ରାସ୍ତା ମରାମତି ପାଇଁ ଅନେକ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନାହିଁ । କିନ୍ତୁ ପ୍ରଶାସକଙ୍କ ଦୂରଦୃଷ୍ଟି ଅଭାବରୁ ସାଧାରଣ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉବାକୁ ପଡ଼ୁଛି ।

ବୁଟିଗୁଡା ଗାଁରୁ ଜୟପାଟଣା ଯିବାକୁ ହେଲେ ଏହି ରାସ୍ତା ଉପରେ ହିଁ ନିର୍ଭର କରନ୍ତି ସ୍ଥାନୀୟ ଲୋକେ । ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ହେଉ ବା ବ୍ୟବସାୟ ଏ ରାସ୍ତାହିଁ ଅଞ୍ଚଳବାସୀଙ୍କ ଲାଇଫଲାଇନ୍‌ କହିଲେ ଚଳେ । ହେଲେ ବର୍ଷା ଋତୁ ଆସିଲେ ଲୋକଙ୍କ ମନରେ ଭାଲେଣି ପଡ଼ିଯାଏ । କାରଣ ପକ୍କା ରାସ୍ତାଟିଏ ନଥିବାରୁ ଏବେ ରାସ୍ତାରେ ଆଣ୍ଠୁଏ କାଦୁଅ ଭର୍ତ୍ତି ହୋଇଛି ।

ଫଳରେ ଗାଁକୁ ନାଁ ଆମ୍ବୁଲାନ୍ସ ଆସି ପାରୁଛି ନାଁ ଲୋକେ ନିଜ ନିତିଦିନିଆ କାମରେ ଜୟପାଟଣା ଯାଇ ପାରୁଛନ୍ତି । ଏହାକୁ ନେଇ ବୁଟିଗୁଡା ଗ୍ରାମବାସୀ ଅନେକ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.