କଳାହାଣ୍ଡିରେ ସ୍ବତନ୍ତ୍ର ମହାଳୟା, ପିତୃପୁରୁଷଙ୍କ ସହ ବୀର ଯବାନଙ୍କ ଲାଗି ପିଣ୍ତଦାନ

author img

By

Published : Sep 25, 2022, 5:14 PM IST

କଳାହାଣ୍ଡିରେ ସ୍ବତନ୍ତ୍ର ମହାଳୟା, ପିତୃପୁରୁଷଙ୍କ ସହ ବୀର ଯବାନଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ

ପବିତ୍ର ମହାଳୟାକୁ ନେଇ କଳାହାଣ୍ଡି ହୋଇଉଠିଛି ଚଳଚଞ୍ଚଳ । ଏଠାରେ ପିତୃପୁରୁଷଙ୍କ ସହ ବୀର ଯବାନଙ୍କୁ ପିଣ୍ଡ ଦାନ ଲାଗି ଭବାନୀପାଟଣା ସହର ନିକଟ ଅଟାଙ୍ଗଗୁଡା ନାଳ ଠାରେ ସାମୂହିକ ତିଳ ତର୍ପଣ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଭବାନୀପାଟଣା: ଆଜି ପବିତ୍ର ମହାଳୟା । ଏହି ଦିନ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଲାଗି ପିଣ୍ଡଦାନ କରାଯାଏ । ତେବେ କଳାହାଣ୍ଡି ଜିଲ୍ଲାର ବ୍ରାହ୍ମଣ ସମାଜ ପକ୍ଷରୁ ପିତୃପୁରୁଷଙ୍କ ସମେତ ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଶହୀଦ ହୋଇଥିବା ବୀର ଯବାନ ଓ ମହାପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭବାନୀପାଟଣା ସହର ନିକଟ ଅଟାଙ୍ଗଗୁଡା ନାଳଠାରେ ସାମୂହିକ ତିଳ ତର୍ପଣ ଦାନ କରାଯାଇଛି ।

ଏହାସହ ଆଜି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ଅଧିବାସ କର୍ମ ହେବା ସହ ଆସନ୍ତା କାଲିଠାରୁ ନବରାତ୍ର ପୂଜା ଆରମ୍ଭ ହେବ ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା ଆଉ ଚତୁର୍ଦ୍ଦିଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମହାଳୟା ଅମାବାସ୍ୟାରେ ଅପରପକ୍ଷ ଶେଷ ହୋଇଥିବାବେଳେ, ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରନ୍ତି । ଏହା ସହ ଆସନ୍ତାକାଲି ଠାରୁ ଜଗତଜନନୀ ମା' ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହେବକୁ ଯାଉଥିବାବେଳେ, ଆଜିଠାରୁ ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

କଳାହାଣ୍ଡିରେ ସ୍ବତନ୍ତ୍ର ମହାଳୟା, ପିତୃପୁରୁଷଙ୍କ ସହ ବୀର ଯବାନଙ୍କ ଲାଗି ପିଣ୍ତଦାନ

ଏହା ବି ପଢନ୍ତୁ- ମହାଳୟ ପାଇଁ ବିନ୍ଦୁସାଗରରେ ଭିଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆର୍ଯ୍ୟାବର୍ତ୍ତ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା ଆବହମାନ କାଳରୁ ଏଯାବତ ଅକ୍ଷୁର୍ଣ୍ଣ ରହିଛି । ଭାରତୀୟ ଆଧ୍ୟାତ୍ମ ଦର୍ଶନ ତଥା ତାର ସଂସ୍କୃତି ଓ ପରମ୍ପରା ବିଶ୍ବଦରବାରରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି ଯାହାର ଆଧାରରେ ଭରାତୀୟ ସାମାଜିକ ଜୀବନଶୈଳୀ ମଧ୍ୟ ପରିପୁଷ୍ଟ । 'ମାତା ଦେବୋ ଭଵଃ, ପିତା ଦେବୋ ଭଵଃ' ମନ୍ତ୍ରରେ ଭାରତର ପ୍ରତିଟି ଜୀବନ ଅଭିମନ୍ତ୍ରିତ । ଭାରତୀୟ ପରମ୍ପରାରେ ସମ୍ପୂର୍ଣ ଆଶ୍ବିନ ମାସଟି ଏହି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।

ଏହା ବି ପଢନ୍ତୁ- ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ଆଶ୍ବିନ କୃଷ୍ଣପକ୍ଷ ବା ପିତୃପକ୍ଷରେ ଆମେ ପିତୃପୁରୁଷଙ୍କ ଅର୍ଚ୍ଚନା କରିବା ସହିତ ପିଣ୍ଡ ମଧ୍ୟ ପ୍ରଦାନ କରାଯାଇଥାଏ । ବିଶ୍ବାସ ରହିଛି ଅପର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ସେମାନେ ମୋକ୍ଷ ପ୍ରାପ୍ତି ହୁଅନ୍ତି । ପ୍ରତିବର୍ଷ ଏହି ସମୟରେ ଶ୍ରଦ୍ଧାଳୁମାନେ ବିଭିନ୍ନ ତୀର୍ଥ ସ୍ଥାନମାନଙ୍କରେ ଶ୍ରାଦ୍ଧ ତର୍ପଣ କରିଥିବା ଦେଖିବାକୁ ମିଳିଥାଏ । ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଭାଗବତ ଜନ୍ମ ପରଦିନ ଠାରୁ ଅର୍ଥାତ ଆଶ୍ବିନ ପ୍ରତିପଦାରୁ ଆରମ୍ଭ ହୋଇଛି ଅପରପକ୍ଷ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.