କଳାହାଣ୍ଡିରେ ଜଳ ସେଚନ ପାଇଁ ବ୍ୟୟବରାଦ, ଚାଷୀଙ୍କ ପାଇଁ ଆଶୀର୍ବାଦ କହିଲା ବିଜେଡି

author img

By

Published : Sep 24, 2022, 2:22 PM IST

କଳାହାଣ୍ଡିରେ ଜଳ ସେଚନ ପାଇଁ ବ୍ୟୟବରାଦ

ପାର୍ବତୀଗିରୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବିଭିନ୍ନ ନଦୀରୁ ଚାଷ ଜମିକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦେଇଛନ୍ତି। ବ୍ୟୟ ବରାଦ କରିବା ପରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଏହା ଏକ ଆଶୀର୍ବାଦ ହେବ ବୋଲି କହିଛି। ଅଧିକ ପଢନ୍ତୁ

ଭବାନୀପାଟଣା: ଅଣ ଜଳସେଚିତ ଅଞ୍ଚଳରେ ଜଳ ସେଚନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବିଭିନ୍ନ ନଦୀରୁ ଚାଷ ଜମିକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀଗିରୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ନେଇ ବଜେଟରେ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଏହା ଏକ ଆଶୀର୍ବାଦ ହେବ ବୋଲି ଶୁକ୍ରବାର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଗତ ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା (Odisha cabinet decision) । ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ୨ ସହ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ସାଲେଭଟା, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ତେରେଙ୍ଗସିଲ ଆଦି ଅଞ୍ଚଳ ଚାଷୀମାନଙ୍କ ପାଇଁ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ଯାହା ଜିଲ୍ଲାର ୫ ହଜାର ୫ ସହ ୪୭ ହେକ୍ଟର ଜମିକୁ ଜଳର ସୁବିଧା ଯୋଗାଇଦେବ ।

ଫଳରେ ଚାଷୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ । ଏନେଇ ଶୁକ୍ରବାର ଭବାନୀପାଟଣା ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ଦଳର ଅନେକ ନେତା ଉପସ୍ଥିତଥିଲେ ।

ଏନେଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ,"ଆମର କଳାହାଣ୍ଡି ଜିଲ୍ଲାପାଳ ପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।୨ ସହ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ସାଲେଭଟା, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ତେରେଙ୍ଗସିଲ ଆଦି ଅଞ୍ଚଳ ଚାଷୀମାନଙ୍କ ପାଇଁ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ଯାହା ଜିଲ୍ଲାର ୫ ହଜାର ୫ ସହ ୪୭ ହେକ୍ଟର ଜମିକୁ ଜଳର ସୁବିଧା ଯୋଗାଇଦେବ। ନିହାତି ଭାବରେ କଳାହାଣ୍ଡି ଜିଲ୍ଲାପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ ରହିଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.