National Junior Athletics Championships: 100 ମିଟରରେ ରୌପ୍ୟ ଜିତିଲେ ଜୟରାମ

author img

By

Published : Sep 28, 2022, 11:56 AM IST

National Youth Athletics Championships

କଳାହାଣ୍ଡି ପୁଅ ଡିଏମ ଜୟରାମ ଜାତୀୟ ଜୁନିଅର ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ଜାତୀୟ ଜୁନିଅର ଆଥଲେଟିକ ଚମ୍ପିଆନସିପରେ ଚମକିଲେ ଡିଏମ ଜୟରାମ । ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ଜାତୀୟ ଜୁନିଅର ଆଥଲେଟିକ ଚମ୍ପିଆନସିପରେ କମାଲ କରିଛନ୍ତି କଳାହାଣ୍ଡି ପୁଅ । 100 ମିଟର ଦୌଡରେ 10.9 ସେକେଣ୍ଡର ରେକର୍ଡ କରି ରୌପ୍ୟ ପଦକ ହାସଲ କରିଛନ୍ତି ଜୟରାମ । ଜାତୀୟ ସ୍ତରରେ ରେକର୍ଡ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଏହି ସଫଳତା ପରେ ଆସନ୍ତା ଅକ୍ଟୋବର ଶେଷ ସପ୍ତାହରେ କୁଏତରେ ଅନୁଷ୍ଠିତ ହେବାକୁ ଥିବା ଏସିଆର ୟୁଥ ଆଥଲେଟିକ ଚମ୍ପିଆନସିପ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜୟରାମଙ୍କ ଏ ସଫଳତା ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଜୟରାମଙ୍କୁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସମେତ ଦୌଡ ପାଇଁ ବ୍ରାଣ୍ଡେଡ୍ ସ୍ପାଇକ୍ ଦେଇ ଉତ୍ସାହିତ କରିଛନ୍ତି । ଡିଏମ୍ ଜୟରାମ ଭବାନୀପାଟଣା ବିକାଶ କଲେଜର ଛାତ୍ର । ତାଙ୍କର ଏହି ସଫଳତା ଆଗାମୀ ଦିନରେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିବ । ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହା ବି ପଢନ୍ତୁ...କଣ ଏହି ମାଙ୍କଡିଂ, ଜାଣନ୍ତୁ କେବେଠୁ ହୋଇଥିଲା ଆରମ୍ଭ

ମଧ୍ୟପ୍ରଦେଶର ଭୋପାଳରେ 17 ସେପ୍ଟେମ୍ବରୁ 19 ସେପ୍ଟେମ୍ବର ଯାଏଁ ଜାତୀୟ ଜୁନିଅର ଆଥଲେଟିକ ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜୟରାମ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.