ହାଇକୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ: କଳାହାଣ୍ଡି ଏସପିଙ୍କୁ କାରଣ ଦର୍ଶାଅ ନୋଟିସ

author img

By

Published : Sep 19, 2021, 6:39 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା: କଳାହାଣ୍ଡି ଏସପିଙ୍କୁ କାରଣଦର୍ଶାଅ ନୋଟିସ

ହାଇକୋର୍ଟ କଳାହାଣ୍ଡି ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଜୟପାଟଣା ଥାନାର ତଦନ୍ତକାରୀ ଅଫିସରଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅଧିକ ପଢନ୍ତୁ...

ଭବାନୀପାଟଣା: ହାଇକୋର୍ଟ କଳାହାଣ୍ଡି ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଜୟପାଟଣା ଥାନାର ତଦନ୍ତକାରୀ ଅଫିସରଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିନଥିବାରୁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା କରାନଯିବ ସେନେଇ ପରବର୍ତ୍ତୀ ଶୁଣାଣି ସମୟରେ କାରଣ ଦର୍ଶାଇବାକୁ କଳାହାଣ୍ଡି ଏସପି ଓ ଜୟପାଟଣା ଥାନା ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦଶ ଦେଇଛନ୍ତି। ଏଥିସହିତ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କେସ ଡାଏରୀ ଉପସ୍ଥାପନ କରୁନଥିବାରୁ ଜୟପାଟଣା ଥାନାର ତଦନ୍ତକାରୀ ଅଧିକାରୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା: କଳାହାଣ୍ଡି ଏସପିଙ୍କୁ କାରଣଦର୍ଶାଅ ନୋଟିସ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା: କଳାହାଣ୍ଡି ଏସପିଙ୍କୁ କାରଣଦର୍ଶାଅ ନୋଟିସ
ଏହି ରାଶି ଜିଲ୍ଲା ଆଇନସେବା ପ୍ରାଧିକରଣ ନିକଟରେ ତଦନ୍ତକାରୀ ଅଧିକାରୀ ଜମା କରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪କୁ ଧାର୍ଯ୍ୟ କରାଯାଇଥିବା ବେଳେ ଯଦି ସେଦିନ ସତ୍ୟପାଠ ମାଧ୍ୟମରେ କାରଣ ଦର୍ଶା ନଯାଏ ଓ କେସ ଡାଏରୀ ଦାଖଲ କରାନଯାଏ ତେବେ କଳାହାଣ୍ଡି ଏସପି ଓ ଜୟପାଟଣା ଥାନା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଦୁଇ ଅଧିକାରୀଙ୍କୁ କେସ ଡାଏରୀ ସହିତ ବ୍ୟକ୍ତିଗତ ଭାବେ ହାଜର କରାଯିବ ।



ଏହି ନିର୍ଦ୍ଦେଶର କପି ପୋଲିସ ଡିଜି ଓ ଗୃହ ସଚିବଙ୍କ ନିକଟକୁ ପଠାଇବାକୁ ହାଇକୋର୍ଟ, ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଜିତ ସାହୁଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଜୟପାଟଣା ଥାନାରେ ରୁଜୁ ୨୦୧୭ର ଏକ ମାମଲାରେ ଆଗୁଆ ଜାମିନ ଲୋଡି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରାସ୍ତ ହୋଇଥିଲେ। ଗତ ଅଗଷ୍ଟ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ ଡାଏରୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୮ ତାରିଖରେ ମାମଲାର ଶୁଣାଣି ସମୟରେ କେସ ଡାଏରୀ ଦାଖଲ କରାଯାଇନଥିଲା ।



ବାରମ୍ବାର ଅବଗତ କରିବା ପରେ ମଧ୍ୟ ଜୟପାଟଣା ଥାନା ତଦନ୍ତକାରୀ ଅଧିକାରୀ କେସ ଡାଏରୀ ଉପସ୍ଥାପନ କରୁନଥିବା ଘଟଣା ସେପ୍ଟେମ୍ବର ୮ରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରୁନଥିବାରୁ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳାହାଣ୍ଡି ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ରିପୋର୍ଟ ସହିତ କେସ ଡାଏରୀ ଦାଖଲ ପାଇଁ ସେପ୍ଟେମ୍ବର ୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ମାମଲାର ଶୁଣାଣି ସମୟରେ ନାଁ କେସ ଡାଏରୀ, ନାଁ ରିପୋର୍ଟ କିଛି ବି ଦାଖଲ କରାଯାଇ ନଥିଲା।



ସେପ୍ଟେମ୍ବର ୮ର ନିର୍ଦ୍ଦେଶ ସଂକ୍ରାନ୍ତରେ କଳାହାଣ୍ଡି ଏସପିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପରି ସ୍ଥିତି ଦେଖା ଦେଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହି ପ୍ରସଙ୍ଗରେ କାରଣ ଦର୍ଶାଇବାକୁ ଏସପି ଓ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.