ପୋଲିସ କ୍ବାଟରରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

ପୋଲିସ କ୍ବାଟରରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ନିର୍ଯାତନା ଅଭିଯୋଗ ଆଣିଲେ ପରିବାର
ପୋଲିସ କ୍ବାଟରରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫାଣ୍ଡି ପରିସରରେ OAPF ଯବାନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଯବାନଙ୍କୁ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ
ଭବାନୀପାଟଣା: ପୋଲିସ କ୍ବାଟରରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫାଣ୍ଡି ପରିସରରେ OAPF ଯବାନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ପୋଲିସ ଫାଣ୍ଡିରେ କାର୍ଯ୍ୟରତ OAPF ଯବାନ ଦେବରାଜ ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ , ଯବାନଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ହୋଇଥିବା ବେଳେ ସେ ଦୀର୍ଘ ୧ ବର୍ଷ ହେଲା ଦଶପୁର ଫାଣ୍ଡିରେ ନିଯୁକ୍ତ ଥିଲେ । ଏନେଇ ଫାଣ୍ଡି ପରିସରରେ ଥିବା ସରକାରୀ କ୍ବାଟରରେ ଏକୁଟିଆ ରହି ଆସୁଥିଲେ । ହେଲେ ଆଜି ସେ ଡିୟୁଟିକୁ ନଆସିବାରୁ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଡାକିବାକୁ ଯାଇଥିଲେ ହେଲେ ବନ୍ଦ କୋଠରୀ ମଧ୍ୟରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ଅନ୍ୟପଟେ ଫାଣ୍ଡି ପରିସରରେ ପୋଲିସ କର୍ମଚାରୀଙ୍କ ମୃତ୍ୟ ହୋଇଥିବା ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ଏସଡିପିଓ ଧିରାଜ ଚୋପଦାର, ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯବାନଙ୍କ ପରିବାର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯବାନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଯବାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଉପରିସ୍ଥ ଅଧିକାରୀ ଯବାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ତଦନ୍ତ କଲେ କାରଣ ସ୍ପଷ୍ଟ ହେବ ବୋଲି ଧର୍ମଗଡ ଏସଡିପିଓ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି
