ଟିକସ ଫାଙ୍କିବା ଅଭିଯୋଗ କପଟା ଦୋକାନରେ GSTର ଚଢ଼ାଉ

ଟିକସ ଫାଙ୍କିବା ଅଭିଯୋଗ କପଟା ଦୋକାନରେ GSTର ଚଢ଼ାଉ
ଜୁନାଗଡ ସହରର ରାହୁଲ ଆଣ୍ଡ କୋ କପଡା ହୋଲସେଲିଂ ଦୋକାନ ଉପରେ GST ବିଭାଗର ଚଢ଼ାଉ । ଅଧିକ ପଢନ୍ତୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ ସହରରେ ଜିଏସଟି ପକ୍ଷରୁ ଚଢାଉ କରାଯାଇଛି । ସହରରେ ଥିବା ରାହୁଲ ଆଣ୍ଡ କୋ କପଡା ହୋଲସେଲିଂ ଦୋକାନ ଉପରେ GST ବିଭାଗର ଚଢ଼ାଉ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ରାହୁଲ ଆଣ୍ଡ କୋ କପଡା ହୋଲସେଲିଂ ଦୋକାନ ପକ୍ଷରୁ ଟିକସ ଫାଙ୍କୁଥିବା ନେଇ GST ବିଭାଗର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହାପରେ ଗତକାଲି ସକାଳ 6ଟାରୁ ଚଢାଇ ଆରମ୍ଭ କରାଯାଇଥିଲା। ଏହାସହ ଅନେକ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡ଼ିଛି।
ଏହା ମଧ୍ୟ ପଢନ୍ତୁ: Gujarat Assembly Election: ଖାତା ଖୋଲିପାରିବ ନାହିଁ AAP କହିଲେ ଶାହ
ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିଲା । ଦୋକାନ ସହ ମାଲିକଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା । ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛି ଜିଏସଟି ବିଭାଗ । ଚଢ଼ାଉ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହ ଦୋକାନ ମାଲିକ କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି GST ବିଭାଗର ଡେପୁଟି କମିଶନର ସମୀର ମାଝୀ ।
ଇଟିଭି ଭାରତ, କଳାହାଣ୍ଡି
