କୁହୁଡି କାଳ: ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଯାତାୟତ ପ୍ରଭାବିତ

author img

By

Published : Dec 4, 2022, 9:01 AM IST

Updated : Dec 4, 2022, 9:48 AM IST

ଏନ୍ଏଚ୍ ୧୬ରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଭବାନୀପାଟଣା ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଅଧିକ ପଢନ୍ତୁ

ଭବାନୀପାଟଣା: କୁହୁଡି ହେଲା କାଳ । ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥ ରାଜପଥ ପାଷ୍ଟିପଡା ନିକଟରେ ଟ୍ୟାଙ୍କରଟି ଓଲଟି ପଡିଛି । ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

କୁହୁଡି କାଳ

ବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥ ରାଜପଥ ପାଷ୍ଟିପଡା ନିକଟରେ ପ୍ରବଳ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କର ଟ୍ରକ ଓଲଟିଲା ପଡିଥିବା ସୂଚନା ରହିଛି । ତେବେ ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ଫଳରେ ରାଜ୍ୟ ରାଜପଥ ୧୬ ଭବାନୀପାଟଣାରୁ ରାୟପୁର ରାସ୍ତାରେ ଯାତାୟତ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ: Delhi MCD Polls: ଆରମ୍ଭ ହେଲା ମତଦାନ

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଗ୍ୟାସ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଭାରତୀୟ ପେଟ୍ରୋଲର ସ୍ୱତନ୍ତ୍ର ଟିମ ପହଞ୍ଚିବା ପରେ ଗ୍ୟାସ ଲିକ ରୋକା ଯାଇ ପାରିବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଘରେ ରୋଷେଇ ବନ୍ଦ କରିବା ସହ କେହି ନିଆଁ ନ ଜଳାଇବାକୁ ନେଇ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 4, 2022, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.