ଟ୍ୟାଙ୍କର ଓଲଟି ଗ୍ୟାସ ଲିକ୍ ଘଟଣା, ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କଲା ପ୍ରଶାସନ

author img

By

Published : Dec 4, 2022, 4:45 PM IST

ଟ୍ୟାଙ୍କର ଓଲଟି ଗ୍ୟାସ ଲିକ୍ ଘଟଣା, ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କଲା ପ୍ରଶାସନ

ଭବାନୀପାଟଣା ରାୟପୁର 16 ନମ୍ବର ଜାତୀୟ ରାଜପଥରେ ପାଷ୍ଟିପଡା ନିକଟରେ ଓଲଟିଲା ବସ ଟ୍ୟାଙ୍କର । ଅଧିକ ପଢନ୍ତୁ

ଭବାନୀପାଟଣା: ପ୍ରବଳ କୁହୁଡି ପାଇଁ ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର 16 ନମ୍ବର ଜାତୀୟ ରାଜପଥରେ ପାଷ୍ଟିପଡା ନିକଟରେ ଟ୍ୟାଙ୍କରଟି ଓଲଟି ପଡିଥିବା ଜଣାପଡିଛି । ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ ହେବା ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ବେଳେ ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଗ୍ୟାସ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ସେପଟେ ଭାରତୀୟ ପେଟ୍ରୋଲ ର ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କୁ ରୋକିବା ଉଦ୍ୟମ ଆରମ୍ଭ କରିଥିବା ବେଳେ ଅଞ୍ଚଳରେ ଲୋକଙ୍କ ଘରେ ରୋଷେଇ ବନ୍ଦ କରିବା ସହ କେହି ନିଆଁ ନ ଜଳାଇବାକୁ ନେଇ ଅଞ୍ଚଳରେ ପୋଲିସ ଲୋକଙ୍କୁ ପରାମର୍ଶ ଦେଉଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ଘଟି ଥିବା ସ୍ଥାନ ନିକଟରେ ଥିବା କୁବୁଡି ଗାଁ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ ଗାଁର ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତଙ୍କୁ ରିଲିଫ ଦିଆଯାଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଗ୍ୟାସ ନିର୍ଗତ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟରେ ଆତଙ୍କ ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ-ସୀମା ଟପୁଛି ପାଶବିକତା, ବିସ୍କୁଟ ଦେଇ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ନାବାଳକ

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.