୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Sep 25, 2022, 1:58 PM IST

ganja seized in kalahandi

ସଂରକ୍ଷିତ ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ । କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଅଞ୍ଚଳର ନିକଟରୁ ୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ପୋଲିସକୁ ଆଖିଠାର ମାରି ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।

ସୂଚନା ଅନୁଯାୟୀ କିଛି ଦିନ ହେଲା କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ବିଳମ୍ବିତ ରାତିରେ ମାଫିଆମାନେ ଥୂଆମୂଳ ରାମପୁର ଅଞ୍ଚଳରୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ସେହି ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୩ କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ କରିଛି । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଗିରଫ ଅଭିଯୁକ୍ତ ଜଣକ କୋକସରା ଥାନା ଅନ୍ତର୍ଗତ ସାନ ପୋଡ଼ାଗୁଡା ଗାଁର ଚନ୍ଦନ ପୂଜାରୀ ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଏହା ପୂର୍ବରୁ ଏମ୍‌ ରାମପୁର ଥାନା ଅଞ୍ଚଳ ମାନିକେରା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମାନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ ଅଭିଯୁକ୍ତ । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜିଲ୍ଲା ସୀମାନ୍ତ ତେଲ ନଦୀ ନିକଟରେ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଦୁଇ ଅଭିଯୁକ୍ତ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ କରୁଥିଲେ ।

କଳାହାଣ୍ଡିଙ୍କ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଯୋଜନା ପ୍ରସ୍ତୁତ କରିଥିଲା କେସିଙ୍ଗା ପୋଲିସ । ଫଳରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର କ୍ଷୀରୋଦ ତାଣ୍ଡି ଓ ରୋହନ ତାଣ୍ଡି ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ ଫୋନ ସମେତ ୪ଟି ବାଇକ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.