ଧାନମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱରସ୍ଥ ହେଲେ ଚାଷୀ

ଧାନମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱରସ୍ଥ ହେଲେ ଚାଷୀ
ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ (Farmers meet district collector)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଅଧିକ ପଢ଼ନ୍ତୁ
ଭବାନୀପାଟଣା : ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ (Farmers meet district collector)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଏହି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଚଳିତ ଖରିଫ ଋତୁର ଧାନ କିଣା ଆରମ୍ଭ ହୋଇଛି । ଚଳିତ ଖରିଫରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୨-୨୩ରେ ଜିଲ୍ଲାରେ ୭୪ଟି ପ୍ୟାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ।
ହେଲେ ଆରମ୍ଭରୁ ଅନେକ ମଣ୍ଡିରେ ସମସ୍ୟା ଦେଖା ଦେଇଛି । ଏହାକୁ ନେଇ ଆଜି ଚାଷୀ ନେତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି (Farmers meet district collector due to paddy procurement problem) । ଅଭିଯୋଗ ଅନୁଯାୟୀ ମଣ୍ଡି ଆରମ୍ଭରୁ ହିଁ କ୍ୱିଣ୍ଟାଲ ପିଛା 5ରୁ ୭କେଜି କଟନୀ, ବସ୍ତା ସମସ୍ୟା, ଧାନ ଉଠାଣରେ ବିଳମ୍ବ, ମଣ୍ଡିମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: Archana Nag Case: ମଉଳିଲା ଜେଲରୁ ମୁକୁଳିବା ଆଶା, ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ
ଏନେଇ ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ସମିତି ପକ୍ଷରୁ କେସିଙ୍ଗା ଓ ଭବାନୀପାଟଣା ବ୍ଲକର ଚାଷୀ ଅଭିଯୋଗ କରିବା ସହ ଧାନମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି (paddy procurement problem in Kalahandi) । ସେଠାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏ ସମ୍ପର୍କରେ କଳାହାଣ୍ଡି ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ସମିତି ସଭାପତି ସାମନ୍ତ ଖମାରୀ କହିଛନ୍ତି ''ଜିଲ୍ଲାରେ ନଭେମ୍ବର ୨୫ତାରିଖରୁ ଚଳିତ ଖରିଫ ଋତୁର ଧାନ କିଣା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଚାଷୀ ଏଠାରେ ଅସୁବିଧା ଭୋଗୁଛି । ଚାଷୀ ସେମାନଙ୍କ ଧାନ ଆଣି ମଣ୍ଡିରେ ରଖିଥିଲେ ମଧ୍ୟ ଚାଷୀଙ୍କୁ ବସ୍ତା ଦିଆଯାଉନି । ସେହିପରି ପେମେଣ୍ଟର ସମସ୍ୟା ମଧ୍ୟ ଲାଗି ରହିଛି ।
ଏଠାରେ ଚାଷୀଙ୍କୁ କୁହାଯାଉଛି କି 72 ଘଣ୍ଟା ଭିତରେ ଆକାଉଣ୍ଟକୁ ପଇସା ପଠାଇ ଦିଆଯିବ । ହେଲେ ପଇସା ପଠାଇଲା ବେଳେ ଧାର୍ଯ୍ୟ ଦର ଠାରୁ କମ ମୂଲ୍ୟ ଆସୁଛି । ଏହାର କାରଣ ଚାଷୀ ଯେଉଁ ଧାନ ମଣ୍ଡିକୁ ନେଉଛି ତାହା ସଫା ସୁତୁରା ରହୁନାହିଁ । ଚାଷୀ ସଫା ଧାନ ଆଣିଲେ ଆଉ କଟନୀ ହେବନାହିଁ । ତେଣୁ ପ୍ରତ୍ୟେକ ଚାଷୀ ସଫା ଧାନ ଆଣନ୍ତୁ । ଅନ୍ୟପକ୍ଷରେ ଜିଲ୍ଲାପାଳ ବି କହିଛନ୍ତି ମଣ୍ଡିରେ ଲାଗିଥିବା ସମସ୍ୟା ସମ୍ପର୍କରେ ମୁଁ ଦୃଷ୍ଟି ଦେବି ।
ଇଟିଭି ଭାରତ, କଳାହାଣ୍ଡି
