ଭାଲୁବୁଡ୍ରା ଗାଁରେ ପୁଣି 5ଜଣ ଡାଇରିଆରେ ଆକ୍ରାନ୍ତ, ୩୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Sep 24, 2022, 10:57 PM IST

ଭାଲୁବୁଡ୍ରା ଗାଁରେ ପୁଣି ୫ ଡାଇରିଆରେ ଆକ୍ରାନ୍ତ, ୩୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କଲମପୁର ବ୍ଲକ ଭାଲୁବୁଡ୍ରା ଗାଁରେ ଗତ କିଛି ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି (Diarrhea panic) । ଜିଲ୍ଲାର ଆହୁରି ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି (Diarrhea patient) । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ପୁଣି ବ୍ୟାପିଲା ଡାଇରିଆ । କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ (Kalahandi Diarrhea panic )। ପଞ୍ଚାୟତରୁ ପଞ୍ଚାୟତ ଗାଁକୁ ଗାଁ ଡାଇରିଆ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଜିଲ୍ଲାରେ ଗତ କିଛି ଦିନ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ରୋଗୀ (Diarrhea patient) ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ଏବେ ପୁଣି ନୂଆ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାହା ଗାଁକୁ ଗାଁ ବ୍ୟାପିବାରେ ଲାଗିଛି ।

ଭାଲୁବୁଡ୍ରା ଗାଁରେ ପୁଣି ୫ ଡାଇରିଆରେ ଆକ୍ରାନ୍ତ, ୩୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା


ସୂଚନା ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ଜିଲ୍ଲାର କଳମପୁର ବ୍ଲକ ଭାଲୁବୁଡ୍ରା ଗାଁରେ ୨୫ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ପୁଣି ଗାଁରେ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନାରୁ ପ୍ରକାଶ । ତେବେ ମୋଟ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ଛୁଇଁଛି ।

ସମସ୍ତ ଡାଇରିଆ ରୋଗୀଙ୍କୁ କଲମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗତ ୩ ଦିନ ତଳେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଟିମ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ । ଏପରିକି ଗାଁରେ ଥିବା ସମସ୍ତ ନଳକୂପରୁ ନମୁନା ସଂଗ୍ରହ କରାଯାଇଥିଲା । ଯାହାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।ତେବେ ଗାଁରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ସୂଚନା ଦେଇଛନ୍ତି । ଗାଁରେ ବିଭିନ୍ନ ଜାଗାରେ ବ୍ଲିଚିଂ ପାଉଡର ପକାଯାଇଛି ।

କୂଅ, ନଳକୂପ ଆଦି ବ୍ୟବହୃତ ହେଉଥିବା ଜାଗାରେ ବ୍ଲିଚିଂ ସିଞ୍ଚନ କରାଯାଇଛି । ଏହାସହିତ ସମସ୍ତଙ୍କୁ ସଚେତନା ପାଇଁ ମେଡିସିନ ଦିଆଯାଇଛି । ORS, ଆଣ୍ଟିବାୟୋଟିକ ଆଦି ଔଷଧ ଦିଆଯାଇଛି । ସମସ୍ତଙ୍କ ଉପରେ ନଜର ରଖିବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଏହାକୁ ନେଇ ଗାଁ ଲୋକେ ବେଶୀ ଭୟଭୀତ ହୋଇପଡୁଛନ୍ତି । ଦେଖିବାକୁ ଗଲେ ଗାଁରେ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି ହୋଇଛି । ଗ୍ରାମବାସୀ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ଚଳୁଥିଲେ ମଧ୍ୟ ଏହି ଡାଇରିଆ କିନ୍ତୁ ତାଙ୍କୁ ପିଛା ଛାଡୁନି । ଏପରିକି ଏହି ଡାଇରିଆ ଗାଁର କିଛି ଲୋକଙ୍କ ମୁଣ୍ଡ ବି ନେଇ ସାରିଲାଣି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.